କେବେ ବନ୍ଦ ହେବ ଶାଶୁଙ୍କ ଉପରେ ବୋହୂଙ୍କ ଅତ୍ୟାଚାର, ଏବେ ପୁଣି ଆଉ ଗୋଟେ ଦୃଶ୍ୟ ହେଉଛି ଭାଇରାଲ

କୋଲକାତାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଯିଏ କେହି ବି ଦେଖିବେ ତାଙ୍କ ଛାତି ଫାଟିଯିବ। ଏହି ଭିଡିଓଟି ଦକ୍ଷୀଣ କୋଲକାତାର ଗରିଆର। ଆପଣ ଏଥିରେ ଜଣେ ବୋହୂଙ୍କୁ ଦେଖିପାରୁଥିବେ ଯିଏ ତାଙ୍କ ମା’ ସମାନ ଶାଶୁଙ୍କୁ ଅତି ନିର୍ମମ ଭାବେ ମାରୁଛନ୍ତି। ବୋହୁ ଜଣଙ୍କ ଶାଶୁଙ୍କୁ ମାରୁଥିବାେବେଳ ତାଙ୍କର ଜଣେ ପଡୋଶୀ ଏହି ଦ୍ରୁଶ୍ୟକୁ ରେକଡିଂ କରିଥିଲେ।

ଆପଣ ଭାବୁଥିବେ ବିଚରା ବୁଢ଼ି ଲୋକ ଏମିତି କେଉଁ ଭୁଲ କରିଦେଇଛନ୍ତି ଯେ ତାଙ୍କୁ ଏମିତି ମାଡ ଖାଇବାକୁ ପଡୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଚାରୀ ଶାଶୁଙ୍କର କେବଳ ଏତିକି ଭୁଲ ଥିଲା ଯେ ସେ ତାଙ୍କ ବୋହୁଙ୍କ ବିନା ଅନୁମତିରେ ଗଛରୁ ଫୁଲ ତୋଳିଦେଇଥିଲେ। ୭୫ ବର୍ଷିୟା ଶାଶୁଙ୍କୁ ବୋହୂ ବହୁତ ନିର୍ମମ ଭାବେ ମାରୁଥିବାର ଆପଣ ମାନେ ଦେଖପାରୁଥିବେ।

ଏହି ଭିଡିଓକୁ ୨୫ ହଜାରରୁ ଅଧିକ ଥର ସେୟାର କରାଗଲାଣି। ଭିଡିଓରେ ଆପଣ ଦେଖିପାରୁଥିବେ ବୋହୂ ଶାଶୁଙ୍କ ଉପରେ ଜୋର ଜୋର ଚିଲାଉଛନ୍ତି ଏବଂ କଥା କଥାରେ ହାତ ଉଠାଉଛନ୍ତି। ଭିଡିଓକୁ ଦେଖି କୋଲକାତା ପୋଲିସ୍‌ ମାମଲାର ଯାଞ୍ଚ କରିଥିଲା। ତଦନ୍ତ ପରେ ଜଣାପଡିଲା ଯେ ବୋହୂ ଶାଶୁଙ୍କୁ ଏପରି ସବୁଦିନ ମାରନ୍ତି। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା କିନ୍ତୁ ପରେ ବେଲରେ ବୋହୂଙ୍କୁ ପୋଲିସ ଛାଡିଦେଇଥିଲା।

Leave A Reply

Your email address will not be published.