ପ୍ରାଣ ଯାଉ ପଛେ ପ୍ରାଙ୍କ୍ ନଯାଉ, ଏଭଳି କାମପାଇଁ ଯୁବକଙ୍କୁ ଗିରଫ କଲା ପୋଲିସ୍

ବାଙ୍ଗାଲୁରୁ : ବାଙ୍ଗାଲୁରୁର ମାଥିକେରେ କିଛି ଯୁବକଙ୍କୁ ଗିରଫ କରିଛି ପୋଲିସ୍ । କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବାଟା ସ୍ବଭାବିକ୍ । ବିଚ୍ ରାସ୍ତା ଉପରେ ଭୂତ-ପ୍ରେତ ଭଳି ବେଶ ଧାରଣ କରି ଲୋକଙ୍କୁ ଡରାଉଥିଲେ ଏହି ଯୁବକମାନେ । ଯାହା ସେମାନଙ୍କୁ ମହଙ୍ଗା ପଡିଛି। ସୋମବାର ଯଶବନ୍ତପୁର ପୋଲିସ୍ ୭ଜଣ ଯୁବକଙ୍କୁ ଗିରଫ କରିଛି । ଏହି ସବୁ ଯୁବକ ନିଜର ଚ୍ୟାଲେନ୍ କୁକି ପିଡିଆ ପାଇଁ ପ୍ରାଙ୍କ ଭିଡିଓ ସୁଟିଙ୍ଗ୍ କରୁଥିଲେ । ପୋଲିସ୍ କହିଛି କି, ବାଙ୍ଗାଲୁରୁ ର ଏହି ସବୁ ଛାତ୍ର ନିଜର ଚ୍ୟାନେଲରେ ଭୂତ ପ୍ରେତ ସମ୍ବନ୍ଧୀୟ ୧୧ଟି ଭିଡିଓ ଅପଲୋଡ୍ କରିଛନ୍ତି ।

ghostଏସ୍ ମଲ୍ଲିକ୍, ନାବେଦ,ଏସ୍ ମୋହମ୍ମଦ,ସାକିବ,ଏସ୍ ନବିଲ୍,ୟୁସୁଫ ଏ ଏବଂ ଏମ୍ ଏକ୍ବିବ୍ ଏହି ସବୁ ଛାତ୍ର ଆରଟି ନଗରର ନିବାସୀ ଅଟନ୍ତି । ଡିସିପି ଏନ୍ ଶଶିକୁମାର କହିଛନ୍ତି କି, ଏହି ଯୁବକମାନେ ରାତିରେ ଧଳା ରଙ୍ଗର ଲମ୍ବା ପୋଷାକ ଏବଂ ଲମ୍ବା କେଶ ମୁଣ୍ଡରେ ପିନ୍ଧି ମାଥିକେରେର ସରିଫ ନଗରରେ ଲୋକଙ୍କୁ ଡରାଉଥିଲେ । ଯାହା ଫଳରେ ଲୋକେ ରାଗିଯାଇଥିଲେ ଏବଂ ପୋଲିସ୍ କୁ ଅଭିଯୋଗ କରିଥିଲେ । ପୋଲିସ୍ ସୂତ୍ରକୁ ମିଳିଥିବା ଖବର ମୁତାବକ ଏହି ସବୁ ଯୁବକ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଭାବେ ନିଜର ପାଠପଢା ଜାରି ରଖିଛନ୍ତି ।

ଏହାସହ ପଢନ୍ତୁ:

କିନ୍ନର ବେଶରେ ଦୈହିକ ଶୋଷ ମେଣ୍ଟାଉଥିଲେ ଏହି ଯୁବକ, ମହିଳାଙ୍କୁ ହତ୍ୟା ପରେ ପୋଲିସ କଲା ଘଟଣାର ପର୍ଦ୍ଦାଫାଶ

ଅନ୍ୟପଟେ ଗିରଫ ହୋଇଥିବା ଛାତ୍ର ମାନେ କହିଛନ୍ତି କି ଏ ସବୁ କେବଳ ମଜାରେ ହିଁ ସେମାନେ କରୁଥିଲେ । କିନ୍ତୁ ପୋଲିସ୍ ଏଥିରେ ସହମତି ପ୍ରକାଶ କରିନଥିଲା । କାରଣ ଭୟରେ ଯଦି କେତେବେଳେ କାହାର କୌଣସି ପ୍ରକାରର ଅଘଟଣ ଘଟିଯାଏ ତେବେ କିଏ ଏହାର ଦାୟିତ୍ବ ନେବ ବୋଲି ପୋଲିସ୍ ପ୍ରଶ୍ନ କରିଥିଲା । ତେବେ ଗିରଫ ଛାତ୍ରମାନେ ଏନେଇ ଭୂଲ୍ ମାଗିଥିବାବେଳେ ସେମାନଙ୍କ ଉପରେ ଅପରାଧୀକ ଧମକ୍ ମାମଲା ରୁଜୁ କରାଯାଇଛି । ଜଣେ ଅଧିକାରୀଙ୍କ କହିବା ମୁତାବକ ସବୁ ଛାତ୍ରଙ୍କୁ ଜାମିନ୍ ରେ ବାହାରକୁ ଛଡାଯାଇଥିବାବେଳେ ଏଭଳି ଭୂଲ୍ ନକରିବା ପାଇଁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.