‘କଳା ଆମ୍ବ’ ଗଛକୁ କାଟିଲେ ବାହାରୁଥିଲା ରକ୍ତ, ଜାଣନ୍ତୁ ଏଭଳି ନାମକରଣ ପଛରେ କ’ଣ ରହିଛି କାରଣ

ପ୍ରତ୍ୟେକ ଜାଗାର ନାଁ ପଛରେ ରହିଛି କିଛି ନା କିଛି କାରଣ, ଯାହାକୁ ଖୁବ୍‌ କମ୍‌ ଲୋକ ଜାଣିଥାଆନ୍ତି। ଏମିତି ଏକ ଜାଗା ହେଉଛି ‘କାଲା ଆମ୍ବ ଅର୍ଥାତ୍‌ କଳା ଆମ୍ବ’। କୁହାଯାଏ, ଏଠାରେ ତୃତୀୟ ପାନିପତ୍‌ ଯୁଦ୍ଧ ହୋଇଥିଲା। ଏହି ଜାଗାର ନାଁ ଏକ ଆମ୍ବ ଗଛ ଯୋଗୁ ରଖାଯାଇଛି, ଯାହାକୁ କାଟିଲେ ସେଥିରୁ ରକ୍ତ ବାହାରିଥାଏ।

ପାନିପତ୍‌ ମାଟିରେ ତିନୋଟି ଯୁଦ୍ଧ ହୋଇଥିଲା। ୧୫୨୬, ୧୫୫୬ ଏବଂ ୧୭୬୧ ଖ୍ରୀଷ୍ଟାବ୍ଦରେ ଏଠାରେ ଯୁଦ୍ଧ ସଂଗଠିତ ହୋଇଥିଲା। ମରାଠା ଏବଂ ମୋଗଲଙ୍କ ମଧ୍ୟରେ ତୃତୀୟ ପାନିପତ୍‌ ଯୁଦ୍ଧ ଲଢ଼ାଯାଇଥିଲା। ମରାଠାଙ୍କ ତରଫରୁ ସଦାଶିବରାଓ ଭାଓ ନେତୃତ୍ୱ ନେଇଥିବା ବେଳେ ମୋଗଲଙ୍କ ତରଫରୁ ଯୁଦ୍ଧର ନେତୃତ୍ୱ ନେଇଥିଲେ ଅହମ୍ମଦଶାହ ଅବଦାଲି।

ଏହାସହ ପଢ଼ନ୍ତୁ: ମେଘାଳୟର ‘ହ୍ଵିସିଲ୍‌ ଭିଲେଜ୍‌’, ଯେଉଁଠି ସିଟି ମାରି ଜଣେ ଆଉ ଜଣଙ୍କୁ ଡାକିଥାଏ

tr67

ପାନିପତ୍‌ ଯୁଦ୍ଧ ବିଷୟରେ ସମସ୍ତେ ଶୁଣିଥିବେ। କିନ୍ତୁ କେବେ ଏହା ସହ ଜଡ଼ିତ ଖାସ୍‌ କଥା ବିଷୟରେ ଶୁଣିଛନ୍ତି କି? ଯଦି ନା, ତା’ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ। ଏହି ଯୁଦ୍ଧ ଭାରତରେ ମରାଠା ସମ୍ରାଜ୍ୟର ପତ୍ତନକୁ ଦର୍ଶାଇଥାଏ। କାରଣ ଏଥିରେ ଅହମ୍ମଦଶାହ ଅବଦାଲି ବିଜୟ ହାସଲ କରିଥିଲେ।

t67

ତେବେ କଳା ଆମ୍ବ ସହ ଏକ ଅଜବ ତଥ୍ୟ ଜଡ଼ିତ ରହିଛି। କୁହାଯାଏ କି, ତୃତୀୟ ପାନିପତ୍‌ ଯୁଦ୍ଧ ସମୟରେ ଏଠାରେ ଏକ ବିଶାଳକାୟ ଆମ୍ବ ଗଛ ଥିଲା। ଯୁଦ୍ଧ ପରେ ସୈନିକମାନେ ଏହି ଗଛ ତଳେ ଆରାମ କରୁଥିଲେ। ହେଲେ ଯୁଦ୍ଧରେ ହୋଇଥିବା ଭୟଙ୍କର ରକ୍ତପାତ ଯୋଗୁ ଏହି ଜାଗାର ମାଟି ଲାଲ୍‌ ହୋଇଯାଇଥିଲା, ଯାହାର ପ୍ରଭାବ ଆମ୍ବ ଗଛ ଉପରେ ମଧ୍ୟ ପଡ଼ିଥିଲା। ରକ୍ତପାତ ଯୋଗୁ ଆମ୍ବ ଗଛର ରଙ୍ଗ କଳା ପଡ଼ିଯାଇଥିଲା। ଆଉ ସେବେଠାରୁ ଏହି ଜାଗାକୁ କଳା ଆମ୍ବ ନାଁରେ ଲୋକେ ଜାଣିବାକୁ ପାଇଲେ। ଏହି ଯୁଦ୍ଧରେ ପାଖାପାଖି ୭୦,୦୦୦ ମରାଠା ସୈନିକଙ୍କ ମୃତ୍ୟୁ ଘଟିଥିଲା।

ଏହାସହ ପଢ଼ନ୍ତୁ: ଶହ ଶହ ବର୍ଷ ଧରି ସୁନା ବାହାର କରୁଛି ଓଡ଼ିଶାର ଏହି ଜଣାଶୁଣା ନଦୀ, ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ରହସ୍ୟ

t7

ଏହାସହ ପଢ଼ନ୍ତୁ: ଗାର୍ଲଫ୍ରେଣ୍ଡ ପାଇବା ପାଇଁ ଏଠାରେ ଛାତ୍ରମାନେ କରନ୍ତି ‘ଭର୍ଜିନିଟି ଟ୍ରି’ର ପୂଜା, ନିଆଯାଏ ଦମଦମୀ ମାଇଙ୍କ ଆଳତି

ସବୁଠାରୁ ଚକିତ କଲା କଥା ଥିଲା, ଏହି ଆମ୍ବ ଗଛକୁ କାଟିବା ପରେ ସେଥିରୁ ଯେଉଁ ରସ ବାହାରୁଥିଲା, ତାହାର ରଙ୍ଗ ରକ୍ତ ଭଳି ଲାଲ୍‌ ଦେଖାଯାଉଥିଲା। କିଛି ବର୍ଷ ବିତିଯିବା ପରେ ଗଛଟି ଯେତେବେଳେ ଶୁଖିବାକୁ ଆରମ୍ଭ କଲା, ତାହାକୁ କବି ପଣ୍ଡିତ ସୁଗନ୍‌ ଚନ୍ଦ୍‌ ରଇସ୍‌ କିଣିନେଇଥିଲେ। ସୁଗନ୍‌ ଚନ୍ଦ୍‌ ଏହି ଗଛର କାଠରୁ ସୁନ୍ଦର କବାଟ ତିଆରି କରିଥିଲେ। ଏବେ ଏହି କବାଟ ପାନିପତ୍‌ ମ୍ୟୁଜିୟମ୍‌ରେ ସଂରକ୍ଷିତ ରଖାଯାଇଛି। ବର୍ତ୍ତମାନ ଏହି ସ୍ଥାନରେ ଏକ ସ୍ମାରକ ବନାଯାଇଛି, ଯାହାକୁ କଳା ଆମ୍ବ କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.