ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, କୃଷକ ସଂଗଠନ ସହ ମନ୍ତ୍ରୀଙ୍କ ଆଲୋଚନା ପରେ ହଟିଲା ଆନ୍ଦୋଳନ

ସମ୍ବଲପୁର(କେନ୍ୟୁଜ୍):    ମନ୍ତ୍ରୀ ଓ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ। ସମ୍ବଲପୁରରେ ରାଜପଥ ଉପରେ କୃଷକ ସଂଗଠନ ରାସ୍ତା ଅବରୋଧ କରିଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ରୋହିତ ପୂଜାରୀ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ତେବେ ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥା ରହିବ। ୮୦କ୍ୱିଣ୍ଟାଲ ପରିବର୍ତ୍ତେ ଚାଷୀ ଯେତେ ଧାନ ଆଣିବେ ତାକୁ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.