ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ଅତିଶୀଘ୍ର ଏକ ନୂଆ ଫିଚର ଜାରି କରିବାକୁ ଯାଉଛି। ହ୍ଵାଟ୍ସଆପରେ ଏହି ଫିଚର ଆସିବା ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ପଠାଯାଇଥିବା ମେସେଜ ଆପଣାଛାଏଁ ଡିଲିଟ ହୋଇଯିବ। ଏଥିପାଇଁ ହ୍ଵାଟ୍ସଆପରେ Dispired ଫିଚର ଜାରି କରାଯିବ ଯାହାକୁ ସିଲେକ୍ଟ କରିବା ପରେ ସମସ୍ତ ଚାଟ ଆପେଆପେ ଡିଲିଟ ହୋଇଯିବ। ଏହି ଚାଟ ଡିଲିଟ କରୁଥିବା Dispired ଫିଚର ପୂର୍ବରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟେଲିଗ୍ରାମରେ ମଧ୍ୟ ଦିଆଯାଇଛି।
ହ୍ଵାଟ୍ସଆପରେ Dispired ମେସେଜ ଫିଚର ବିଷୟରେ ହ୍ଵାଟ୍ସଆପକୁ ଟ୍ରାକ କରୁଥିବା ୱେବସାଇଟ wabetainfo ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଫିଚର ଆସିବା ପରେ ୟୁଜର୍ସ ମାନଙ୍କୁ ଏକ ଘଣ୍ଟାରୁ ନେଇ ଏକବର୍ଷ ପର୍ଯ୍ୟନ୍ତ ମେସେଜ ଡିଲିଟ କରିବାର ବିକଳ୍ପ ମିଳିବ । ହ୍ଵାଟ୍ସଆପର ଆଣ୍ଡ୍ରଏଡ଼ ବିଟା ଭର୍ସନ 2.19.282ରେ ଏହି ଫିଚର ଦେଖିବାକୁ ମିଳିବ । ଏହି ଫିଚର ବିଷୟରେ କହିବାକୁ ଗଲେ ପ୍ରଥମତଃ ଯଦି ଆପଣ ଭାବୁଛନ୍ତି ଯେ ହ୍ଵାଟ୍ସଆପରେ ଆପଣ ପଠାଇଥିବା ମେସେଜ ଆପେଆପେ ଏକମାସ ପରେ ଡିଲିଟ ହୋଇଯାଉ, ତାହେଲେ ଆପଣଙ୍କୁ ସେଠାରେ 1 month ଅପ୍ସନ ଉପରେ କ୍ଲିକ କରିବାକୁ ପଡିବ । ଯଦିଓ ଏହି ଫିଚର ବର୍ତ୍ତମାନ କେବଳ ବିଟା ଭର୍ସନରେ ଟେଷ୍ଟିଙ୍ଗ କରାଯାଉଛି ଅତିଶୀଘ୍ର ଏହାକୁ ଜାରି କରାଯିବ ବୋଲି ସୂଚନା ମିଳିଛି ।
ଏହାସହ କରନ୍ତୁ ହ୍ୱାଟ୍ସଆପକୁ ମିଳିଲା ବଡ଼ ଅପଡେଟ, ଆସିଲା କଲ ୱେଟିଂର ଫିଚର
ଏପରି କରନ୍ତୁ ସେଟିଙ୍ଗ
ସେଟିଙ୍ଗ ଜାଣିବା ପୂର୍ବରୁ ଆମେ କହିରଖିବାକୁ ଚାଁହୁଛୁ ଯେ ଏହି ଫିଚର କେବଳ ଗ୍ରୁପ ପାଇଁ ହିଁ ମିଳିବ । ଯଦି ଆପଣ ଚାଁହୁଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆପଣଙ୍କ ମେସେଜ ଆପେ ଆପେ ଡିଲିଟ ହୋଇଯାଉ ତାହେଲେ ଆପଣଙ୍କୁ ଗ୍ରୁପ ସେଟିଙ୍ଗ କିମ୍ବା କଣ୍ଟାକ୍ଟ ଇନଫୋକୁ ଯିବାକୁ ପଡି । ସେଠାରେ ଆପଣଙ୍କୁ Delete Messagesର ବିକଳ୍ପ ମିଳିବ । ଏହାଉପରେ କ୍ଲିକ କରିବା ପରେ ଆପଣଙ୍କୁ ଏକ ଘଣ୍ଟା, ଏକ ଦିନ, ଏକ ସପ୍ତାହ, ଏକ ମାସ ଏବଂ ଏକ ବର୍ଷ ମଧ୍ୟରୁ ଯେକୌଣସି ଗୋଟିଏ ଅପ୍ସନକୁ ଚୁଜ କରିବାକୁ ପଡିବ । ସେଟିଙ୍ଗ ହୋଇସାରିବା ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ମେସେଜ ଆପେ ଆପେ ଡିଲିଟ ହୋଇଯିବ ।