ଯାଜପୁର ଟାଉନ (କେ ନ୍ୟୁଜ୍) : ଆସନ୍ତା ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବ ତୃତୀୟ ଟେବୁଲ ଟେନିସ ପ୍ରିମିୟର ଲିଗ୍ । ଏହି ପ୍ରତିଯୋଗିତାରେ ଯାଜପୁରର କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଯାଜପୁର ସୁଟର ଟିମ୍ ଖେଳିବ । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଜର୍ସି ଉନ୍ମୋଚନ କରାଯାଇଥିଲା । ମାଁ’ଙ୍କ ପାଖରେ ଜର୍ସିକୁ ପୂଜା କରି ଦଳ ପାଇଁ ଆଶୀର୍ବାଦ କାମନା କରାଯାଇଥିଲା । ଏହି ଅବସରରେ ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କେଜିଆଇ ଅଧ୍ୟକ୍ଷ ଆଲେକଜାଣ୍ଡାର ଦାସ, ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।