ଡାକ୍ତରଙ୍କ ମହା ଭୁଲ, ଜଣକ ଦେହରେ କିଡନୀ ଲଗାଇବା ଯାଗାରେ ଭୁଲରେ ଅନ୍ୟଜଣକ ଶରୀରରେ କରିଦେଲେ ପ୍ରତିରୋପଣ

ସମାନ ନାମ  ଓ ସମାନ ବୟସର ରୋଗୀ ଡାକ୍ତରଙ୍କ ପାଇଁ  ପାଲଟିଲା ଦ୍ବନ୍ଦ। ଯାହାଫଳରେ ସଠିକ ରୋଗୀର ଶରୀରରେ କିଡନୀ ପ୍ରତିରୋପଣ କରିବା ଯାଗାରେ ସେହି ନାମରେ ଥିବା ଆଉ ଜଣେ ରୋଗୀ ଶରୀରେ ଲଗାଇଦେଲେ ଡାକ୍ତର। ଏପରି ଘଟଣା  ଘଟିଛି  ଆମେରିକାର ନ୍ୟୁଜର୍ସି ଅଞ୍ଚଳରେ। ଗଣମାଧ୍ୟମ ରିପୋର୍ଟ ମୁତାବକ ଲାରାଡେସ ହସ୍ପିଟାଲରେ ଜଣେ  ୫୧ ବର୍ଷିୟ  ବ୍ୟକ୍ତି କିଡିନ ରୋଗରେ ଆକ୍ରାନ୍ତ ଥିଲେ। ଯାହାକୁ ହସ୍ପିଟାଲର ଡାକ୍ତରମାନେ ସଫଳତାର ସହ କିଡନୀ ପ୍ରତିରୋପଣ କରିଥିଲେ। କିନ୍ତୁ  ପ୍ରତିରୋପଣ କରିବା ପର ଦିନ ଡାକ୍ତରମାନେ ଜାଣିବାକୁ ପାଇଥିଲେ ସେହି କିଡନୀ ସମାନ ନାମଧାରୀ ଆଉ ଜଣେ ରୋଗୀଙ୍କ ଶରୀରରେ ଲାଗିବାକୁ ଥିଲା। ଯାହାଙକର ନାମ ତାଲିକାରେ ପ୍ରଥମ ଥିଲା। କିନ୍ତୁ ଭୁଲ ବସତଃ ତାଲିକାରେ ସର୍ବନିମ୍ନରେ ଥିବା ସମାନ ନାମର ରୋଗୀକୁ ପ୍ରଥମେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଥିଲେ ।  ଏହି ଘଟଣା ୧୮ ନଭେମ୍ବର ଦିନ ଘଟିଥିଲା

ଏହି ଘଟଣା ପରେ ହସ୍ପିଟାଲ ତରଫରୁ କ୍ଷମା ଭିକ୍ଷା  କରାଯାଇଥିଲା। ହସ୍ପିଟାଲ କତ୍ତ୍‌ପକ୍ଷଙ୍କ  କହିବା କଥା ହେଲା ଦୁଇ ରୋଗୀଙ୍କ  ସମାନ ବୟସ  ଓ  ସମାନ ନାମ ପାଇଁ ଏହି ଭୂଲ ହୋଇଛି। ତେଣୁ ଏହାକୁ ଆଗାମୀ ଦିନରେ ଏହାକୁ ଦ୍‌ଷ୍ଟି ଦିଆଯିବ।  ପରେ ଅର୍ଥାତ ୨୪ ନଭେମ୍ବରରେ ସମାନ ନାମଧାରୀ ରୋଗୀଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ହସ୍ପିଟାଲ ତରଫରୁ କୁହାଯାଇଛି ଯେ ଅପରେସନ ପରେ ଉଭୟ ରୋଗୀ ଠିକ ଅଛନ୍ତି।

ହସ୍ପିଟାଲ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଡାକ୍ତର ରେଗିନାଲ୍ଡ ବ୍ଲେବର  ଏହି ଘଟଣାକୁ ନେଇ କହିଛନ୍ତି ଯେ ‘ଆମର ୪୦ ବର୍ଷର ପ୍ରତିଷ୍ଠିତ କିଡନୀ ପ୍ରତିରୋପଣ କାର୍ଯ୍ୟକ୍ରମରେ ଭିତରେ  ଏହା ଏକ ଅଦ୍ଭୁତପୂର୍ବ ଘଟଣା’। ସୁରକ୍ଷା ଓ ପ୍ରତିବଦ୍ଧ ସଂସ୍ଥା ହୋଇଥିବା କାରଣଣୁ ଆମେ ତତକାଳ ପଦକ୍ଷେପ  ନେଇଥିଲା । ଯାହାଦ୍ବାରା ଭବିଷ୍ୟତରେ ଏଭଳି ଭୁଲ ପନର୍ବାର ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.