କର୍ତ୍ତାରପୁର କରିଡର ଖୋଲିବା ପଛର ରାଜ ଖୋଲିଲା, ଜାଣନ୍ତୁ ପୂରା ଘଟଣା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂ ରବିବାର କରତାରପୁର କରିଡର ଘଟଣା ପଛରେ ଇସ୍ଲାମଵାଦର ଥିବା ଘୃଣ୍ୟ ଲକ୍ଷକୁ ସର୍ବ ସମ୍ମୁଖରେ ପ୍ରକାଶ କରିଛନ୍ତି । ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ବୟାନର ଠିକ ପରେ ପରେ ହିଁ ଅମରିନ୍ଦର ଏହି ଖୁଲାସା କରିଛନ୍ତି । ପାକିସ୍ତାନର ସେହି ମନ୍ତ୍ରୀଙ୍କ ଅନୁଯାୟୀ ଭାରତ ପାଇଁ ଗଭୀର କ୍ଷତି ଆଣିଦେଇପାରେ ବୋଲି ଜଣାଯାଇଛି । କ୍ୟାପଟେନ ଅମରିନ୍ଦରଙ୍କ ଅନୁଯାୟୀ ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦଙ୍କ କର୍ତ୍ତାରପୁର କରିଡର ଘଟଣା ପଛରେ ଥିବା ପାକିସ୍ତାନ ଷଡଯନ୍ତ୍ରର ମୁଖା ଖୋଲି ଦେଇଛି । ଅନ୍ୟପକ୍ଷରେ ଅମରିନ୍ଦର ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ଉପରେ ଆପତ୍ତି ଆଣିଛନ୍ତି । ଗବଳିୟାର ଖୋଲିବା ଦ୍ୱାରା ଭାରତର ଅଖଣ୍ଡତା ଓ ସୁରକ୍ଷା ପ୍ରତି ଯେମିତି କୌଣସି ଆଞ୍ଚ ନ ଆସେ ସେ ନେଇ ଅମରିନ୍ଦର ଦୃଢ ଚେତାବନୀ ଦେଇଛନ୍ତି । ଭାରତ ପ୍ରତି କୌଣସି ପ୍ରକାର ଶତ୍ରୁତା ଆଚରଣ ପାକିସ୍ତାନ ପ୍ରତି ନିଶ୍ଚିତ ରୂପେ ଭାରି ପଡିବ ।

amarindar

ଏହା ସହ ପଢନ୍ତୁ: ଛାତ ଉପରେ ଚଢି ହାଇଦରାବାଦ ଘଟଣାର ଆରୋପି ମାନଙ୍କ ପାଇଁ ଫାସୀ ଦଣ୍ଡ ଦାବି କଲେ ଛାତ୍ର

ଅମରିନ୍ଦର ନିଜ ବୟାନରେ ସବୁବେଳେ କହିଛନ୍ତିଯେ ଜଣେ ଶିଖ ହୋଇଥିବା କାରଣରୁ ସେ ସବୁବେଳେ କର୍ତ୍ତାରପୁର ଖୋଲା ଯିବାକୁ ନେଇ ଖୁସି ଅଛନ୍ତି । କିନ୍ତୁ ଭାରତ ପାଇଁ ଥିବା ବିପଦକୁ କେବେ ମଧ୍ୟ ନଜରଅନ୍ଦାଜ କରାଯାଇପାରିବ ନାହିଁ । ସୂଚନା ଅନୁଯାୟୀ ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ଶନିବାର ଦାବି କରିଥିଲେ ଯେ କର୍ତ୍ତାରପୁର କରିଡର ଖୋଲିବା ସେନା ପ୍ରମୁଖ ଜେନେରାଲ କମର ଯାଦବ ବାଜବାଙ୍କର ହିଁ ନିଷ୍ପତି ଥିଲା । ତାଙ୍କ ଅନୁଯାୟୀ ପାକିସ୍ତାନର ଏହି ପଦକ୍ଷେପ ଭାରତକୁ ଆଘାତ ପହଞ୍ଚାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.