ନାବାଳିକାକୁ ଦୁର୍ବ୍ୟବହାର ନେଇ ତାତିଲେ ଲୋକେ, ରୋଡ ରୋମିଓକୁ ବାନ୍ଧି ପିନ୍ଧାଇଲେ ଜୋତା ମାଳ

ଢେଙ୍କାନାଳ: ବନ୍ଧା ହେଲା ରୋଡ ରୋମିଓ, ପିନ୍ଧାଗଲା ଜୋତା ମାଳ। ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡାପଡା ଗାଁରେ ଏହି ଘଟଣା ଘଟିଛି । ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଜଣେ ଯୁବକ ଲଗାତାର ଭାବେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଘଟଣାରେ ଅତିଷ୍ଠ ହୋଇ ନାବାଳିକାଙ୍କ ପରିବାର ଲୋକେ ଯୁବକଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଏହାପରେ ବେକରେ ଯୋତାମାଳ ପିନ୍ଧାଇ ଅଟୋରେ ବସାଇ ଗାଁ ସାରା ପରିକ୍ରମା କରିଥିଲେ। ଏହାପରେ ରାସୋଳ ଥାନାକୁ ନେଇ ପୋଲିସ ଜିମା ଦେଇଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବା ଅସନ୍ତୋଷ ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.