୬ ହଜାର ଶହେ ଟଙ୍କାର ଫାଇନ ଗଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଜାଣନ୍ତୁ କେଉଁ କାରଣରୁ ଗଣିଲେ ଏ ଫାଇନ
କେନ୍ୟୁଜ୍(ବ୍ୟୁରୋ): ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ତଣ୍ଡ ଗଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଗତକାଲି ଲକ୍ଷ୍ନୌରେ ପୂର୍ବତନ ଆଇପିଏସ୍ ଅଧିକାରୀ ଏସ୍ଆର ଦାରପୁରୀଙ୍କ ପରିବାରକୁ ଭେଟିବାକୁ ଜଣେ କର୍ମୀଙ୍କ ସ୍କୁଟିରେ ଯାଇଥିଲେ ପ୍ରିୟଙ୍କା । ହେଲ୍ମେଟ୍ ପିନ୍ଧି ନଥିବା ସହ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ଲକ୍ଷ୍ନୌ ପୋଲିସ ୬ ହଜାର ଶହେ ଟଙ୍କାର ଚାଲାଣ କାଟିଛି ।