ବିଶାଳଙ୍କ ଫିଲ୍ମରେ ବଲିଉଡ଼କୁ କମ ବ୍ଯାକ୍ କରୁଛନ୍ତି ପ୍ରିୟଙ୍କା

ମୁମ୍ବାଇ : ନିକଟରେ ନିଜର ର୍ନିବନ୍ଧ ଏବଂ ବିବାହ ପାଇଁ ଚର୍ଚ୍ଚାରେ ରହିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ଚର୍ଚ୍ଚାରେ। ସେ ବିଶାଲ ଭାରଦ୍ୱାଜଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ଯାଉଥିବା ଖବର ଆସିଛି। ଆଗାମୀ ଫିଲ୍ମ ପଟାକାର ସଙ୍ଗ ଲଞ୍ଚ୍‌ ଅବସରରେ ନିର୍ଦ୍ଦେଶକ ବିଶାଲ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, ”ମୁଁ ପ୍ରିୟଙ୍କାଙ୍କ ସହ କାମ କରିବାକୁ ଚାହେଁ, ସେ ମୋ ସହ କାମ କରିବାକୁ ଚାହାନ୍ତି। ଆମେ ଏକ ସ୍କ୍ରିପ୍ଟ ଉପରେ ଏବେ ଏକାଠି କାମ କରୁଛୁ। ଆଶା ଅଛି ଆଗାମୀ ବର୍ଷ ଫିଲ୍ମ ଫ୍ଲୋରକୁ ଆସିବ”। ବିଶାଲଙ୍କ ଏହି ଫିଲ୍ମ ଓ୍ଵିଲିୟମ ସେକ୍ସପିୟରଙ୍କ ପ୍ଲେ ଟୁୱେଲଥ୍‌ ନାଇଟ ଉପରେ ପର୍ଯ୍ୟବେସିତ ।

ନିଶ୍ଚିତ ପଢ଼ନ୍ତୁ: ହିମାଙ୍କ ବାୟୋପିକ ପାଇଁ ଖିଲାଡ଼ି କୁମାରଙ୍କ ରିସର୍ଚ୍ଚ ଆରମ୍ଭ

ଏହା ପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ବିଶାଲଙ୍କ ସହ କମିନେ ଓ ସାତ ଖୁନ ମାଫରେ କାମ କରିଥିଲେ। ସାତ ଖୁନ ମାଫରେ ଭିନ୍ନ ଧରଣର ଚରିତ୍ରରେ ଅଭିନୟ କରିଥିଲେ ପ୍ରିୟଙ୍କା। ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ବିଭାନ ଶାହ, ଇରଫାନ ଖାନ, ଅନୀଲ କପୁର, ନୀଲ ନୀତିନ ମୁକେଶ, ଜନ ଆବ୍ରାହାମ, ନସୁରିଦ୍ଦିନ ଶାହାଙ୍କୁ ମଧ୍ୟ ଅଭିନୟ କରିଥିଲେ। ଡିଫରେଣ୍ଟ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ କିନ୍ତୁ ବକ୍ସ ଅଫିସରେ ଏତେ ସଫଳତା ହାତେଇ ପାରିନଥିଲା।

 

Leave A Reply

Your email address will not be published.