ଅନେକ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗରେ ଆସୁଛି ଜନ୍ମାଷ୍ଟମୀ

ଆସନ୍ତା ୨ ତାରିଖରେ ଚଳିତ ବର୍ଷର ଜନ୍ମାଷ୍ଟମୀ ପାଳନ ହେବାକୁ ଯାଉଛି। ଏବେଠୁ ଭକ୍ତ ମାନେ ମନ୍ଦିରର ସଜ୍ଜାବାଜ୍ଜ କାମରେ ଲାଗିପଡ଼ିଲେଣି। ଜୋତିଷଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ଜନ୍ମାଷ୍ଟମୀ ଦୁଇ ଦିନ ଅର୍ଥାତ୍ ୨ଏବଂ ୩ ସେପ୍ଟମ୍ବରରେ ପାଳନ କରାଯିବ। ସବୁଠାରୁ ଖାସ କଥା ହେଉଛି ଏଥରର ଜନ୍ମାଷ୍ଟମୀ ବହୁତ ଖାସ ସଂଯୋଗରେ ପଡ଼ୁଛି।

ଜୋତିଷଙ୍କ ଅନୁଯାୟୀ, ଏହି ବର୍ଷ ଜନ୍ମାଷ୍ଟମୀ ବିଳକୁଲ ସେହି ସଂଯୋଗରେ ପଡ଼ିଛି ଯେପରି ଦ୍ବାପର ଯୁଗରେ କୃଷ୍ଣଙ୍କ ଜନ୍ମ ସମୟରେ ରହିଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ଧୁମଧାମରେ ଜନ୍ମାଷ୍ଟମୀ ପାଳନ କରାଯିବ। ଏହି ସମୟରେ ବ୍ରତ, ଉପବାସ ଆଦି ରଖିବାକୁ ଖୁବ୍ ଶୁଭ ମାନାଯାଇଥାଏ।

ନିଶ୍ଚିତ ପଢ଼ନ୍ତୁ: ଜନ୍ମାଷ୍ଟମୀ ଦୁଇ ଦିନ, ବ୍ରତ କେବେ ପାଳନ ? ଜାଣନ୍ତୁ

କୃଷ୍ଣ ଭକ୍ତ ଏହି ଦିନ ବ୍ରତ ରଖିବା ସହ ଭଗବାନ କୃଷ୍ଣଙ୍କର ଗୁଣଗାନ କରିଥାନ୍ତି। କାହ୍ନାଙ୍କ ଜନ୍ମପରେ ହିଁ ଭକ୍ତଗଣ ପାଣି ପିଇଥାନ୍ତି ଏବଂ ପରଦିନ ସୂର୍ଯ୍ଯଙ୍କୁ ପାଣି ଦେବାପରେ  ଖାଦ୍ଯ ଗ୍ରହଣ କରିଥାନ୍ତି। ଏପରି ମଧ୍ୟ କୁହାଯାଇଥାଏ କି ଏହି ଦିନ ଯଦି କୌଣସି ଶିଶୁ ଜନ୍ମ ନିଅନ୍ତି ତାଙ୍କୁ ଶ୍ରୀକୃଷ୍ଣଙ୍କ ରୁପ ବୋଲି କୁହାଯାଇଥାଏ। ଜନ୍ମାଷ୍ଟମୀ ଦିନ ୭ଜଣ କନ୍ଯାଙ୍କୁ ଡ଼ାକି ତାଙ୍କୁ ଖିରୀ ଖୁଆଯାଇଥାଏ । ଏହାଦ୍ବାର ଘରେ ଆର୍ଥିକ ସମସ୍ଯା ଦୂର ହୋଇଥାଏ।

Leave A Reply

Your email address will not be published.