ଶୀତୁଆ ସକାଳେ ନିଅନ୍ତୁ ଗରମା ଗରମ ଭେଜ କଟଲେଟର ମଜା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକୀୟ ସାମଗ୍ରୀ

  • ସିଝା ଆଳୁ ୨ ଟି
  • ଫୁଲକୋବି ଅଧାକପ
  • ମଟର ଏକ କପ
  • ଗାଜର ଏକ କପ
  • ପତ୍ରକୋବି ଏକ କପ
  • ବାଦାମ ଏକ କପ
  • ବ୍ରେଡ ଓ ବ୍ରେଡ ଗୁଣ୍ଡ ଦୁଇ କପ
  • ମଇଦା ୨ ଚାମଚ
  • ସିମଲା ଲଙ୍କା ଗୋଟିଏ
  • ଅଦା, କଞ୍ଚାଲଙ୍କା
  • ଜିରା
  • ଧନିଆ ପତ୍ର
  • ଚାଟ ମସଲା
  • ଧନିଆ ପାଉଡର
  • ଜିରା ପାଉଡର
  • ତେଲ ଓ ଲୁଣ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

Image result for वेज कटलेटଭେଜ କଟଲେଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନରେ ତେଲ ଗରମ କରି ଏଥିରେ କିଛି ଜିରା ପକାନ୍ତୁ । ଆଉ ତାପରେ ସେଥିରେ କାଟି ରଖିଥିବା ଅଦା ଓ କଞ୍ଚାଲଙ୍କାକୁ ପକାଇ ଦିଅନ୍ତୁ । ତାପରେ ସେଥିରେ କାଟି ରଖିଥିବା ପରିବା ଓ ଲୁଣ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ପରିବା ଗୁଡିକ ଟିକିଏ ସିଝିବା ପରେ ସେଥିରେ ସିଝା ଆଳୁ ପକାଇ ମିକ୍ସ କରିଦିଅନ୍ତୁ । ବର୍ତ୍ତମାନ ଏଥିରେ ଚାଟ ମସଲା, ଧନିଆ ପାଉଡର, ଜିରା ପାଉଡର ଓ ଗ୍ରେଟ କରି ରଖିଥିବା ବ୍ରେଡ ଓ ବାଦାମ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ସେଥିରେ କିଛି ଧନିଆପତ୍ର ପକାଇ ଭଲଭାବେ ମିକ୍ସ କରି ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

Related image

ବର୍ତ୍ତମାନ ଆପଣ ଆଉ ଏକ ପାତ୍ର ଆଣି ସେଥିରେ ଦୁଇ ଚାମଚ ମଇଦା ନେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଆଉ ତାପରେ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟକୁ ଛୋଟ ଛୋଟ ଟିକ୍କି ପ୍ରସ୍ତୁତ କରି ଏହି ଘୋଳରେ ବୁଡାଇ ତାକୁ ବ୍ରେଡ ଗ୍ରମ୍ସରେ ଗୋଳାଇ ଦିଅନ୍ତୁ । ଏହିସବୁ କାମ ସରିବାପରେ ଏହାକୁ କିଛି ଦଶ ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ । ବର୍ତ୍ତମାନ ଆପଣ ଏକ ପ୍ୟାନରେ ତେଲ ଗରମ କରି ଏହି ଟିକ୍କି ଗୁଡିକ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗରମା ଗରମ ଭେଜ କଟଲେଟ । ଏହାକୁ ଆପଣ ନିଜ ମନ ପସନ୍ଦ ଚଟଣି ସହିତ ଖାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.