ଜୟପୁର: ଦୁଇ ସାହସୀ ସାଙ୍ଗଙ୍କ ଚମତ୍କାରିତା,ନିଜ ଜୀବନକୁ ବାଜି ଲଗାଇ କେନାଲରେ ଭାସି ଯାଉଥିବା ଲୋକକୁ କଲେ ଉଦ୍ଧାର 

ଜୟପୁର(କେନ୍ୟୁଜ୍): ଦୁଇ ସାଙ୍ଗଙ୍କ ଚମତ୍କାରିତା । ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଛନ୍ତି । ଜୟପୁର ଗାନ୍ଧି ଛକ କଲୋନୀରେ ବାଲାଜୀ ସାହୁ ନାମକ ବ୍ୟକ୍ତି ମର୍ଣ୍ଣିଂ ୱାଲ୍କ କରୁଥିବା ବେଳେ ମୁଣ୍ଡ ବୁଲାଇବାରୁ ହଠାତ୍‌ କେନାଲ ତଳକୁ ପଡ଼ିଯାଇଥିଲେ । ସେହି ସମୟରେ କେନାଲ ରାସ୍ତା ଦେଇ ଯାଉଥିବା ଦୁଇ ସାଙ୍ଗ ସଞ୍ଜୟ ପୂଜାରୀ ଓ କିଷାନ ମାଝୀ କେନାଲକୁ ଡେଇଁ ବାଲାଜୀଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ବାଲାଜୀ ସାହୁଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଉଦ୍ଧାର କରିଥିବା ଦୁଇ ସାଙ୍ଗଙ୍କୁ ସମସ୍ତେ ପ୍ରଶଂସା କରିଥିବା ବେଳେ ପୋଲିସ ସେମାନଙ୍କୁ ଉପହାର ଦେଇ ସମ୍ମାନିତ କରିଛି ।
ଦୁଇ ସାଙ୍ଗଙ୍କ ଚମତ୍କାରିତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.