ଆପ୍‌ କର୍ମୀଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସର ମହିଳା ନେତ୍ରୀ! ଦେଖନ୍ତୁ ଭିଡିଓ

ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ହୋଇଛି ସରଗରମ। କଂଗ୍ରେସର ଅଳକା ଲାମ୍ବା ଆମ୍‌ ଆଦମୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଛନ୍ତି। ଆଜି ଉତ୍ତର ଦିଲ୍ଲୀର ମଜନୁର ଟିଲାରେ ଏକ ମତଦାନ କେନ୍ଦ୍ର ବାହାରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ଲାଗିବା ବେଳେ ଅଳକା ଆପ୍‌ର ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଥିଲେ। ମାତ୍ର ଅଳ୍ପକେ ତାଙ୍କ ହାତ ଖସିଯାଇଥିଲା।

Image result for congress-alka-lamba-slaps-aap-worker

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆମ ଆଦମୀ ପାର୍ଟିର ଜଣେ ଯୁବକ କଂଗ୍ରେସର ଅଳକା ଲାମ୍ବାଙ୍କ ସହ ଯୁକ୍ତିତର୍କ କରୁଥିଲେ। ଅଳକା ବିରକ୍ତ ହୋଇ ଅଚାନକ ତାଙ୍କୁ ମାରିବାକୁ ହାତ ଉଠାଇଥିଲେ। ମାତ୍ର ଯୁବକ ଜଣକ ପଛକୁ ଘୁଞ୍ଚିଯିବାରୁ ହାତ ତାଙ୍କ ଦେହରେ ବାଜି ନଥିଲା।

ଦେଖନ୍ତୁ ଭିଡିଓ:

ରିପୋର୍ଟ ମୁତାବକ ଅଳକାଙ୍କ ବିରୋଧରେ ସମ୍ପୃକ୍ତ କର୍ମୀ କିଛି ଅପମାନସୂଚକ ଶବ୍ଦ କହିବାରୁ ଯୁକ୍ତି ତର୍କ ହୋଇଥିବା ଓ କଥା ମାରପିଟ୍‌ ଯାଏଁ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.