୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ : ଯଶସ୍ୱୀ ଜୟସ୍ୱାଲଙ୍କ ୮୮ ରନ୍‌, ଭାରତ ୧୭୭ ରନ୍‌ରେ ଅଲ୍‌ଆଉଟ୍‌

ପୋଚେଫଷ୍ଟମ୍‌ (ଦକ୍ଷିଣ ଆଫ୍ରିକା) : ଶକ୍ତିଶାଳୀ ଭାରତକୁ ଲଗାମ୍‌ ଲଗାଇଲେ ବାଂଲାଦେଶ ବୋଲର୍‌ । ଆଜି ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭.୨ ଓଭର୍‌ରେ ୧୭୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ମାତ୍ର ତିନି ଜଣ ବ୍ୟାଟ୍‌ସମ୍ୟାନ୍‌ ଦୁଇ ଅଙ୍କରେ ପହଞ୍ଚି ପାରିଛନ୍ତି । ପୁଣି ଏକ ଚମତ୍କାର ଇନିଂସ୍‌ ଖେଳିଛନ୍ତି ଓପ୍ନର ଯଶସ୍ୱୀ ଜୟସ୍ୱାଲ । ଏବେ ଦେଖିବାର କଥା ଗତଥର ଚାମ୍ପିଅନ୍‌ ଭାରତ ପୁଣି ବିଶ୍ୱକପ୍‌ ବଜାୟ ରଖି ପାରୁଛି ନା ନାହିଁ ।

BANGLADESHଏଠାକାର ପିଚ୍‌ ବୋଲରଙ୍କ ପାଇଁ ଭଲ ଥିଲା । ତେଣୁ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା । ଯାହାର ନମୂନା ମଧ୍ୟ ପ୍ରଥମରୁ ଦେଖିବାକୁ ମିଳିଥିଲା । କାରଣ ଭାରତୀୟ ଓପ୍ନର ଯଶସ୍ୱୀ ଜୟସ୍ୱାଲ ଏବଂ ଦିବ୍ୟାଂଶ ସକ୍ସେନା ପ୍ରଥମ ଦୁଇ ସଭର୍‌ରେ କୌଣସି ରନ୍‌ କରି ପାରିନଥିଲେ । ମେଡେନ୍‌ ଦେଇଥିଲେ । ସପ୍ତମ ଓଭରରେ ସ୍କୋର ମାତ୍ର ୯ ରନ୍‌ ହୋଇଥିବା ବେଳେ ସକ୍ସେନା ଆଉଟ୍‌ ହୋଇଥିଲେ । ଏହାପରେ ତିଳକ ବର୍ମା ୩୮ ରନ୍‌ କରି ଫର୍ମରେ ଥିବା ଜୟସ୍ୱାଲଙ୍କୁ ପୂରା ସାଥ୍‌ ଦେଇଥିଲେ । ଫଳରେ ସ୍କୋର ୧୦୩ ରନ୍‌ରେ ପହଞ୍ଚିଥିଲା । ତେବେ ବର୍ମା ଆଉଟ୍‌ ହେବା ପରେ କେବଳ ଲଢ଼େଇ ଜାରି ରଖିଥିଲେ ଓପ୍ନର ଜୟସ୍ୱାଲ । ସେ ୧୨୧ ବଲ୍‌ରେ ସର୍ବାଧିକ ୮୮ ରନ୍‌ (୮ ଚୌକା ଓ ୧ ଛକା) କରି ଆଉଟ୍‌ ହୋଇଥିଲେ । ସେତେବେଳେ ଦଳର ସ୍କୋର ଥିଲା ୪ ଓ୍ଵିକେଟ୍‌ରେ ୧୫୬ ରନ୍‌ । ଓ୍ଵିକେଟ କିପର ଜରେଲ୍‌ଙ୍କ ୨୨ ରନ୍‌ ବ୍ୟତୀତ ଆଉ କେହି ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ ।
ବାଂଲାଦେଶ ଖେଳାଳିମାନେ ପୂରା ଦମ୍‌ ଲଗାଇ ବୋଲିଂ ଓ ଫିଲଡିଂ କରିଥିଲେ । ପେସ୍‌ ବୋଲର ସରିଫୁଲ ୩୧ ରନ୍‌ରେ ୨ଟି, ହାସାନ୍‌ ସକିବ ୨୮ ରନ୍‌ରେ ୨ଟି ଏବଂ ଅଭିଷେକ ଦାସ ୪୦ ରନ୍‌ରେ ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.