ଦମଦାର କ୍ୟାମେରା ସହ ବଜାରକୁ ଆସିଲା Honor 9X Pro, କମ ଦରରେ ୟୁଜର୍ସ ପାଇପାରିବେ ଏହି ସବୁ ସାନଦାର ଫିଚର୍ସ

ଚୀନର ଫୋନ ନିର୍ମାତା କମ୍ପାନୀ ଅନର ନିଜ ଲାଟେଷ୍ଟ ସ୍ମାର୍ଟଫୋନ Honor 9X Proକୁ ବିଶ୍ୱସ୍ତରୀୟ ଭାବେ ଲଞ୍ଚ କରିଛି । ୟୁଜରଙ୍କୁ ଏହି ଡିଭାଇସରେ କିରିନ ୮୧୦ ଚିପସେଟ, ଦମଦାର କ୍ୟାମେରା ଓ ବ୍ୟାଟେରୀର ସପୋର୍ଟବି ମିଳିପାରିବ । ଏହା ପୂର୍ବରୁ କମ୍ପାନୀ ନିଜ ଅନର ୯ ଏକ୍ସ କୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା । ତେବେ ଆସନ୍ତୁ ଜାଣିବା ଏହାର ଦର ଓ ବିଶେଷତା ଗୁଡିକ ବିଷୟରେ:

କଣ ରହିଛି Honor 9X Proର ଦର:

କମ୍ପାନୀ ଏହି ଫୋନର ଦର ୨୪୯ ୟୁରୋ ରଖାଯାଇଛି ବା ୧୯,୪୦୦ ଟଙ୍କା ରଖାଯାଇଛି । ତେବେ ମିଡ଼ନାଇଟ ବ୍ଲାକ, ଫ୍ୟାଣ୍ଟସ ପରପଲ ପରି ଦୁଇଟି ରଙ୍ଗରେ ହିଁ ଦୁଇଟି ଭେରିୟାଣ୍ଟ ରେ ଉପଲବ୍ଧ ହେବ ।

honor

କଣ ରହିଛି Honor 9X Pro ସ୍ପେସିଫିକସନ:

କମ୍ପାନୀ ଏହି ଫୋନରେ ୬.୫୯ ଇଞ୍ଚର ଫୁଲ ଡିଷ୍ପ୍ଲେ ସହ ଭଲ ପରଫରମନ୍ସ ପାଇଁ ୮୧୦ ଅକଟାକୋର ପ୍ରୋସେସ ସମେତ ୬ ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜର ସୁବିଧା ମିଳିପାରିବ । ଏହି ଫୋନଟି ଆଣ୍ଡ୍ରଏଡ଼ ୧୦ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ ।

କେମିତି ରହିଛି କ୍ୟାମେରା:

ଅନର ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସମେତ, ଯେଉଁଥିରେ ୪୮ ମେଗାପିକଶାଲ ବିଶିଷ୍ଟ ପ୍ରାଇମେରୀ ସେନ୍ସର, ୨ ମେଗାପିକସଲ ଡେଥ ସେନ୍ସର ସମେତ ୮ ମେଗାପିକଶାଲ ସୁପର ବାଇଣ୍ଡ ଅଂଗଲ ଲେନ୍ସ ବି ମହଜୂତ ଅଛି । ଏସବୁ ୟୁଜର୍ସ ମାନଙ୍କୁ ଏହି ଫୋନର ଫ୍ରଣ୍ଟରେ ୧୬ ମେଗାପିକସଲର ପପ- ଅପ ସେଲ୍ଫି ବି ମିଳିପାରିବ ।

କମ୍ପାନୀ ତରଫରୁ ଏହି ଫୋନରେ ବ୍ଲୁ ଟୁଥ ବର୍ଜନ ୫.୦, ଜିପିଏସ ସହ ୟୁଏସବି ପୋର୍ଟ ଟାଇପ -ସି ପରି ଫିଚର ବି ମିଳିପାରିବ । ଏଥିରେ କମ୍ପାନୀ ତରଫରୁ ୪୦୦୦ ଏମଏଏଚ ବ୍ୟାଟେରୀ ମିଳିଛି ।

 

Leave A Reply

Your email address will not be published.