ଆଇସିସି ଟି-୨୦ ବିଶ୍ୱକପ୍‌ : ଭାରତୀୟ ମହିଳା ଦଳର ଆଉ ଏକ ଜୋରଦାର ବିଜୟ, ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇଲା

ମେଲବର୍ଣ୍ଣ : ଆଇସିସି ମହିଳା ଟି-୨୦ ବିଶ୍ୱ କପ୍‌ରେ ଭାରତର ପୁଣି ଏକ ଜୋରଦାର ବିଜୟ । ଆଜି ପଡ଼ୋଶୀ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ମାତ୍‌ ଦେଇ ଗ୍ରୁପ୍‌ ‘ଏ’ରେ ବିଜୟ ଲାଭ କରିଛି । ଓପ୍ନର ଶେଫାଳି ବର୍ମା ନିଜର ଜୋରଦାର ଫର୍ମ ବଜାୟ ରଖି ଅଜି ୩୪ ବଲ୍‌ରେ ୪୭ ରନ୍‌ କରିଛନ୍ତି । ଯାହା ଦଳର ବିଜୟ ପାଇଁ ବାଟ ଫିଟାଇ ଦେଇଥିଲା । ଶେଫାଳି ତାଙ୍କ ପାଳିରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି ।
ପୂର୍ବରୁ ଲଗାତର ତିନିଟି ବିଜୟ ସହ ଭାରତୀୟ ମହିଳା ଦଳ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପ୍ରବେଶ କରି ସାରିଛି । ଆଜି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୯ ଓ୍ଵିକେଟ୍‌ ହରାଇ ମାତ୍ର ୧୧୩ ରନ୍‌ କରିଥିଲା । ଭାରତ ପକ୍ଷରୁ ରାଧା ଯାଦବ ୨୩ ରନ୍‌ରେ ୪ଟି ଏବଂ ଗାଏକ୍ୱାର୍ଡ଼ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଶ୍ରୀଲଙ୍କାର ସର୍ବାଧିକ ସ୍କୋରର୍‌ ଥିଲେ ଜୟାଙ୍ଗନୀ (୩୩ ରନ୍‌) ।
ଜବାବରେ ଭାରତୀୟ ଦଳ ୧୪.୪ ଓଭର୍‌ରେ ମାତ୍ର ୩ଟି ଓ୍ଵିକେଟ୍‌ ହରାଇ ୧୧୬ ରନ୍‌ କରିଛି । ୋଫାଳିଙ୍କ ବ୍ୟତୀତ ସ୍ମୃତି ମାନ୍ଧାନା ୧୭, ଅଧିନାୟିକା ହରମନପ୍ରୀତ କୌର ୧୫ ରନ୍‌ କରିଥିବା ବେଳେ ଜେମିମା ରଡ୍ରିଗୁଏଜ୍‌ ୧୧ ଓ ଦୀପ୍ତି ଶର୍ମା ଅପରାଜିତ ୮ ରନ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.