କେନ୍ୟୁଜ ବ୍ୟୁରୋ: ସାରା ପୃଥିବୀକୁ ଗ୍ରାସିବାକୁ ବସିଲାଣି କରୋନା । ଏକମାତ୍ର ଆଣ୍ଟାର୍କଟିକାକୁ ଛାଡି ଅନ୍ୟ ସବୁ ମହାଦେଶକୁ ବ୍ୟାପିଛି କରୋନା । ଭାରତ ସମେତ ୬୦ଟି ଦେଶକୁ ମାଡ଼ିଲାଣି କରୋନା । କରୋନା ଯୋଗୁ ଏବେ ବିଶ୍ୱବ୍ୟାପୀ ପର୍ଯ୍ୟଟନ ଏକ ପ୍ରକାର ଠପ୍ ହେବାକୁ ବସିଲାଣି । କରୋନା ପ୍ରଭାବିତ ଦେଶ ନିଜ ନିଜର ନାଗରିକଙ୍କୁ ପର୍ଯ୍ୟଟନରେ ନଯିବାକୁ ପରାମର୍ଶ ଦେଉଛନ୍ତି।