ଆଜି ଭାରତରେ ଲଞ୍ଚ ହେବ Redmi Note 9, ଜାଣନ୍ତୁ କଣ ରହିଛି ଫୋନର ଖାସିୟତ୍‌

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀସାଓମି, ରେଡମିର ନୂଆ ସିରିଜକୁ ଭାରତରେ ଲଞ୍ଚ କରିବା ପାଇଁ ପୂରାପରି ପ୍ରସ୍ତୁତ ହୋଇସାରିଛି। ରେଡମି ନୋଟ ୯ (Redmi Note 9) ସିରିଜର ଲଞ୍ଚିଂ ଆଜି ଅର୍ଥାତ ୧୨ ମାର୍ଚ୍ଚ ଅନଲାଇନ୍‌ ହେବ। Redmi Note 9 ସିରିଜର ଲଞ୍ଚିଂକୁ ସାଓମି ୱେବସାଇଟ ଏବଂ ରେଡମି ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଦେଖାଯାଇପାରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Redmi Note 9 ସିରିଜର ଲଞ୍ଚିଂ ନୂଆଦିଲ୍ଲୀରେ ଏକ ଇଭେଣ୍ଟରେ ହେବାକୁ ଥିଲା କିନ୍ତୁ କରୋନା ଭାଇରସ କାରଣରୁ ଅଫଲାଇନ ଇଭେଣ୍ଟକୁ ରଦ୍ଦ କରିଦିଆଗଲା।

କମ୍ପାନୀ ଦ୍ୱାରା ଜାରୀ କରାଯାଇଥିବା ଟିଜର ଅନୁଯାୟୀ Redmi Note 9 ସିରିଜରେ ଚାରିଟି ରିୟର କ୍ୟାମେରା ମିଳିବ। କୁହାଯାଉଛି ଯେ Redmi Note 9 ସହିତ Redmi Note 9 Proକୁ ମଧ୍ୟ ଲଞ୍ଚ କରାଯିବ। ଯାହା ରେଡମି ନୋଟ ୮ ଏବଂ ରେଡମି ନୋଟ ୮ ପ୍ରୋର ଅପଗ୍ରେଡ ଭର୍ସନ । ଏହି ଦୁଇ ଫୋନର ଦାମ ୨୦ ହଜାରରୁ ଅଧିକ ହୋଇପାରେ।

redmi9ଟିଜର ଅନୁଯାୟୀ ଫୋନରେ ଚରୋଟି ରିୟର କ୍ୟାମେରା ରହିଛି ଯାହା ସ୍କୋୟାର ଆକାରରେ ରହିଛି। କ୍ୟାମେରାର ଡିଜାଇନ ବହୁତ ମାତ୍ରାରେ Huawei Mate 20 Pro ସହିତ ମିଶୁଛି। ଏହାଛଡା କମ୍ପାନୀ ଏହାମଧ୍ୟ କହିଛି Redmi Note 9 ସିରିଜର ଫୋନରେ 90Hzର ଡିସପ୍ଲେ ରିଫ୍ରେସ ରେଟ୍‌ ମଧ୍ୟ ମିଳିବ। ଫୋନର ବିକ୍ରୀ ଆମାଜନ ଇଣ୍ଡିଆ ଏବଂ ସାଓମିର ୱେବସାଇଟରେ ହେବ।

ଏହାସହିତ ଫୋନରେ ଫାଷ୍ଟ ଚାର୍ଜିଂ ର ସୁବିଧା ମିଳିବ। ପ୍ରୋସେସର ବିଷୟରେ କହିବାକୁ ଗଲେ ରେଡମି ନୋଟ ୯ ସିରିଜରେ କ୍ୱାଲକମ ସ୍ନାପଡ୍ରାଗନ ୭୨୦ଜି ପ୍ରୋସେସର ମିଳିବ। ସାଓମି ଭାରତରେ ଏହି ପ୍ରୋସେସରର ପ୍ରଥମ ଫୋନ ଲଞ୍ଚ କରିବାକୁ ଯାଉଛି। ଫୋନରେ ଭାରତୀୟ ନାଭିଗେସନ ସିଷ୍ଟମ ନାଭିକର ମଧ୍ୟ ସପୋର୍ଟ ମିଳିବ।

Leave A Reply

Your email address will not be published.