ସଲମାନଙ୍କ ପାଇଁ ଖୁସି ଖବର, ଏବେ ସ୍ୱାଧୀନ ଭାବେ ବିଦେଶ ଯାଇପାରିବେ

ଏଥର ସ୍ୱାଧୀନ ଭାବେ ବିଦେଶ ଯାଇପାରିବେ ସଲମାନ ଖାନ୍ । ଏନେଇ ସଲମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ କୋର୍ଟ ସ୍ୱୀକାର କରିନେଇଛନ୍ତି। ସଲମାନଙ୍କୁ ବିଦେଶ ଯାତ୍ରା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡିବନି। ମାତ୍ର କୌଣସି ଯାତ୍ରା ସମ୍ପର୍କରେ ସମସ୍ତ ତଥ୍ୟ କୋର୍ଟରେ ଦେବାକୁ ପଡିବ ସଲମାନଙ୍କୁ। ଏବେ ବିଦେଶରେ ’ଭାରତ’ର ସୁଟିଂ କରୁଛନ୍ତି ସଲମାନ୍ ।

ଏହା ସହ ପଢ଼ନ୍ତୁ : ପ୍ରିୟଙ୍କାଙ୍କ ଉପରେ ବାହାରିଲା ସଲମାନଙ୍କ ରାଗ ! କହିଲେ, ୧୦୦୦ ଥର ଅର୍ପିତାକୁ କଲ୍ କରି ଫିଲ୍ମରେ ମାଗିଥିଲେ କାମ

ଆଗକୁ ତାଙ୍କର ଆବୁଧାବିରେ ସୁଟିଂ ରହିଛି। ବିଦେଶରୁ ଫେରିବା ପରେ ସଲମାନ ଦବଙ୍ଗ-୩ର ସୁଟିଂ ଆରମ୍ଭ କରିବେ। ପୂର୍ବରୁ ଯୋଧପୁର କୋର୍ଟ ସଲମାନଙ୍କ ବିଦେଶ ଯାତ୍ରା ଉପରେ ଅଙ୍କୁଶ ଲଗାଇଥିଲା। କୋର୍ଟର ଅନୁମତି ପରେ ସେ ବିଦେଶ ଯାଇପାରିବେ ବୋଲି କୋର୍ଟ ରାୟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.