କରୋନା ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଲା ମାରୁତି ସୁଜୁକି, ଦେଶରେ ତିଆରି କରିବ ଭେଣ୍ଟିଲେଟର ଓ ମାସ୍କ

କରୋନା ଭାଇରସର ମୁକାବିଲା କରିବା ପାଇଁ ଦେଶର ଆଗଧାଡ଼ିର କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼ ଅଣ୍ଟା ଭିଡ଼ିଛି। କମ୍ପାନୀ ଭେଣ୍ଟିଲେଟର, ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣ ତିଆରି କରିବାକୁ କେତେକ କମ୍ପାନୀ ସହ ହାତ ମିଶାଇଛି। ପ୍ରତି ମାସରେ କମ୍ପାନୀ ୧୦ ହଜାରଟି ଭେଣ୍ଟିଲେଟର ତିଆରି କରିବାକୁ ନିଷ୍ପତ୍ତି ନେଇଛି।

maruti2

ମାରୁତି ସୁଜୁକି ତରଫରୁ ମିଳିଥିବା ସୂଚନାନୁସାରେ ସେମାନେ ଭେଣ୍ଟିଲେଟର ନିର୍ମାଣ ଶୈଳୀ ଓ ଏହାକୁ ତିଆରି କରିବାକୁ AgVa ହେଲଥକେୟାର ସହ ଚୁକ୍ତି କରିଛି। ଭେଣ୍ଟିଲେଟର ତିଆରି ପାଇଁ ଆବଶ୍ୟକ କଳକବ୍ଜା ତିଆରି ପାଇଁ କମ୍ପାନୀ ନିଜ ସପ୍ଲାୟାରଙ୍କ ସହ କଥାବାର୍ତ୍ତା ହୋଇସାରିଥିବା କହିଛି। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ମାରୁତି ସୁଜୁକି ଉଠାଇବ ବୋଲି କହିଛି।

Coronavirus: Gulf states suspend more flights - BBC News

ଏଥିସହ ମାରୁତି ସୁଜୁକି ୩ ପ୍ଲାଇ ମାସ୍କ ମଧ୍ୟ ନିର୍ମାଣ କରିବା ବୋଲି ସୂଚନା ଦେଇଛି। ଏଥିପାଇଁ ଅନୁମତି ମଗାଯାଇଛି। ଅନୁମତି ମିଳିବା ପରେ ଉତ୍ପାଦନ ଆରମ୍ଭ କରିଦିଆଯିବ। କେବଳ ଏତିକି ନୁହେଁ କମ୍ପାନୀ କହିଛି ଯେ ସେ ହେଜମେଟ ଭଳି ପ୍ରୋଟେକ୍ଟିଭ କ୍ଲଦିଙ୍ଗ ତିଆରି କରିବାକୁ ମଧ୍ୟ ଯୋଜନା କରୁଥିବା କହିଛି।

corona

ତେବେ ମାରୁତିର ଏହି ଉତ୍ପାଦନ ଭାରତ ପାଇଁ କରୋନାର ମୁକାବିଲା କରିବାରେ ନିହାତି ଏକ ବଡ଼ ସାହାଯ୍ୟ ହେବ ବୋଲି ଏକ୍ସପର୍ଟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.