କରୋନାକୁ ନେଇ ଭୟଭୀତ ଥିବା ମହିଳା କଲେ ଏଭଳି କାମ, ଯାହା ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ଭାଇରସ୍ ଲୋକମାନଙ୍କ ଭିତରେ ଏକ ଏପରି ଭୟ ସୃଷ୍ଟି କରିଛି ଯେ ଏବେ ପ୍ରତ୍ୟେକ ଜିନିଷରେ କରୋନା ହିଁ ଦେଖାଯାଉଛି । କେବଳ ସୋସିଆଲ ଡିଷ୍ଟାନ୍ସିଂ ନୂହେଁ ବରଂ ଆମକୁ ଏବେ ଖାଇବା ପିଇବାଠୁ ନେଇ ସମସ୍ତ ଜରୁରୀ ଜିନିଷରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ତେବେ ଏହି କଥାକୁ ଅନୁସରଣ କରି ଜଣେ ମହିଳା ଘରର ସମସ୍ତ ରାସନକୁ ସାନିଟାଇଜ୍ କରିବା ପାଇଁ ବାଥଟବରେ ପକାଇ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । Evie Lancaster ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ସେୟାର କରିବା ସହ ଲେଖିଛନ୍ତି “ଆପଣ ଏହି ମହାମାରୀରୁ ବଞ୍ଚିବା ପାଇଁ କେଉଁ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି ? ମୋ ମା ତ ନିଜର ସମସ୍ତ ରାସନକୁ ବି ଗାଧୋଇ ଦେଇଛନ୍ତି ।”

ତେବେ ଏହି ଫଟୋରେ ଦେଖିବାକୁ ମିଳିଛି ଯେ ମହିଳା ଜଣଙ୍କ ଗ୍ରୋସରୀ ସହିତ କୋବି ଏବଂ ଟଙ୍କାକୁ ମଧ୍ୟ ସାନିଟାଇଜ୍ କରୁଛନ୍ତି । ତେବେ ଏସବୁକୁ ସେ ସାବୁନ୍ ଏବଂ ପାଣି ସହିତ ସାନିଟାଇଜ୍ କରିଛନ୍ତି କେବଳ ଏଥିପାଇଁ ଯେ କରୋନା ସମ୍ବନ୍ଧିତ ସମସ୍ତ ପ୍ରକାର ବିପଦ ଠାରୁ ସେ ରକ୍ଷା ପାଇପାରିବେ । କରୋନା ଠାରୁ ରକ୍ଷା ପାଇବା ପାଇଁ ଲୋକେ ଅନେକ ପ୍ରକାରରେ ସଚେତନ ରହୁଥିବା ଦେଖିବାକୁ ମିଳୁଛି । କାରଣ ବେଳ ଥାଉ ଥାଉ ଯଦି ଆମେ ସଚେତନ ନହେବା ତାହେଲେ ଏହି ମହାମାରୀକୁ ଆମେ ରୋକି ପାରିବା ନାହିଁ ।

 

Leave A Reply

Your email address will not be published.