ମହିଳାଙ୍କ ବେଶରେ ସ୍କୁଟିରେ ବୁଲୁଥିଲେ ବ୍ୟକ୍ତି, ପୋଲିସ ଦେଖିଲା ପରେ କଲା ଏପରି ଅବସ୍ଥା

କରୋନା ଭାଇରସ୍ ସାଧାରଣ ଲୋକଙ୍କ ପାଖରେ ନ ପହଞ୍ଚୁ ସେଥିପାଇଁ ଭାରତ ସରକାର ୧୫ ଏପ୍ରିଲ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସ୍ଥାନୀୟ ପୋଲିସଠୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏହି କଥାର ଧ୍ୟାନ ରଖିଛନ୍ତି ଯେ କେହି ଯେପରି ଲକ୍ ଡାଉନର ଉଲ୍ଲଂଘନ ନକରୁ । କିନ୍ତୁ ତଥାପି ସମାଜରେ କିଛି ଏପରି ଅସାମାଜିକ ଲୋକ ଅଛନ୍ତି ଯିଏକି ନିଜର ମନୋରଞ୍ଜନ ପାଇଁ ସମସ୍ତ ନିୟମ କାନୁନକୁ ବଳି ପକାଇ ବାହାରକୁ ବୁଲିବା ପାଇଁ ବାହାରି ପଡୁଛନ୍ତି । ତେବେ ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକ ଶାଢ଼ି ପିନ୍ଧି ନାରୀ ବେଶରେ ବାହାରେ ବୁଲୁଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନାରୀର ବେଶଭୂଷା ହୋଇ ବାଇକର ପଛ ସିଟରେ ବସିଛନ୍ତି । ତେବେ ତାଙ୍କୁ ଦେଖିବା ମାତ୍ରେ ପୋଲିସ ବୁଝି ଯାଇଛନ୍ତି ସେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ । ସେଥିପାଇଁ ସେ ତାଙ୍କୁ ମାସ୍କ ଓହ୍ଲାଇବା ପାଇଁ କହିଛନ୍ତି । ତେବେ ମାସ୍କ ଓହ୍ଲାଇବା ପରେ ପୋଲିସ ଜଣେ ପୁରୁଷକୁ ମହିଳା ବେଶରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡ଼ିଓକୁ ଅମ୍ବି ଗୁର୍ଜର ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତି “ବାସନ୍ତୀ ବେଶରେ ଥିବା ଗବରକୁ ଧରିନେଲା ପଞ୍ଜାବ ପୋଲିସ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.