ଲକ୍ ଡାଉନ୍ ମଧ୍ୟରେ ଷ୍ଟ୍ରିଟ ଫୁଡକୁ ମିସ୍ କରୁଛନ୍ତି ଲୋକେ, ସେଥିପାଇଁ ଟ୍ୱିଟର ଜରିଆରେ ଏପରି କହିଲା ଜୋମାଟୋ

କରୋନା ଭାଇରସର ସଂକ୍ରମଣ ସାରା ଦୁନିଆକୁ ନିଜ କବଳରେ ନେଇ ସାରିଛି । ତେବେ ଭାରତ ସରକାର ମଧ୍ଯ ଏହାର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହା ମଧ୍ୟରେ ସ୍ୱାଦର ଦିୱାନା ଥିବା ଲୋକମାନଙ୍କୁ ବହୁତ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସେଥିପାଇଁ ଆଜିକାଲି ଦେଶର ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ ଫୁଡ୍ ଗୁପଚୁପକୁ ନେଇ ଲୋକମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାର ମିମ୍ସ ବନାଉଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ମଜାଦାର କଥା ହେଉଛି ଫୁଡ୍ ଡେଲିଭରି ଆପ ଜୋମାଟୋ ବିନା ଗୁପଚୁପରେ ମଧ୍ୟ ଲୋକମାନଙ୍କୁ ମଜବୁତ୍ ରହିବା ପାଇଁ ଟ୍ୱିଟ଼ ଜରିଆରେ କହିଛି ।

ସୋସିଆଲ ମିଡ଼ିଆରେ ଗୁପଚୁପକୁ ନେଇ ହେଉଥିବା ମିମ୍ସ ଉପରେ ଜୋମାଟୋ ନିଜ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ଼ କରି କହିଛି ଯେ “ଆଶା କରୁଛୁ ଯେ ବିନା ଗୁପଚୁପରେ ମଧ୍ଯ ଲୋକମାନେ ଠିକ୍ ରହିଥିବେ । ଦୟାକରି ନିଜକୁ ମଜବୁତ୍ କରନ୍ତୁ । ଆମେ ଏହି ସ୍ଥିତିରୁ ଅତିଶୀଘ୍ର ବାହାରି ଆସିବା ।” ତେବେ ଜୋମାଟୋର ଏହି ଟ୍ୱିଟ଼ ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ଏହାସହିତ ଜୋମାଟୋର ଏହି ଟ୍ୱିଟ଼କୁ ଲୋକମାନେ ବହୁତ ପସନ୍ଦ ମଧ୍ଯ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.