କରୋନା ଯୋଗୁ ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ବନ୍ଦ ହୋଇଥିଲେ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଆମେରିକୀୟ ନାଗରିକଙ୍କୁ ସ୍ଵଦେଶ ପଠାଇବା ପାଇଁ ସିଧାସଳଖ ବିମାନ ସେବା ଆଜିଠୁ ଆରମ୍ଭ ହେଉଛି। ଭାରତରେ ଥିବା ଆମେରିକୀୟ ଦୂତାବାସ ତରଫରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।
ସୂଚନାରେ କୁହାଯାଇଛି ଯେ ଉତ୍ତର ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଥିବା ଆମେରିକୀୟ ନାଗରିକକୁ ସୁବିଧାରେ ଆମେରିକା ପଠାଇବା ପାଇଁ ଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସକୋ ପର୍ଯ୍ୟନ୍ତ ସିଧାସଳଖ ବିମାନ ଉପଲବ୍ଧ କରାଯିବ।
ଆମେରିକାର ନାଗରିକଙ୍କୁ ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ପାଇଁ ଏକାଧିକ ବିମାନ ଯାତ୍ରା କରିବ। ଏଥିସହ ଭାରତରେ ଥିବା ନାଗରିକଙ୍କୁ ସେମାନଙ୍କ ଠିକଣା ଓ ଜରୁରୀ ବିବରଣୀ ମଧ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଦୂତାବାସ ତରଫରୁ ସ୍ମାର୍ଟ ଟ୍ରାଭେଲର ଏନରୋଲମେଣ୍ଟ ପ୍ରୋଗ୍ରାମ ଆରମ୍ଭ କରାଯାଇଛି।