ଅନଲାଇନରେ ବେଲି ଡ୍ୟାନ୍ସ ଶିଖୁଛନ୍ତି ଶାହାରୁଖଙ୍କ ଝିଅ ସୁହାନା ଖାନ, ଭାଇରାଲ ହେଉଛି ଫଟୋ

କରୋନା ଭାଇରସ କାରଣରୁ ଲକଡାଉନରେ ସବୁ କିଛି ବନ୍ଦ ହୋଇଛି। ଏହିକାରଣରୁ ଲୋକମାନେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଘରେ କେବଳ ନିଜର ହବି ଫଲୋ କରୁନାହାନ୍ତି ବରଂ ସୁହାନା ଘରେ ବସି ବେଲି ଡ୍ୟାନ୍ସ ଶିଖିବା ଆରମ୍ଭ କରିଛନ୍ତି। ଲକଡାଉନ ଚାଲିଥିବାରୁ ସୁହାନା ଡ୍ୟାନ୍ସ କ୍ଲାସ ଯାଇ ପାରୁନାହାନ୍ତି କିନ୍ତୁ ଏଭଳି ସ୍ଥିତିରେ ସେ ଭିଡ଼ିଓ କଲ ଜରିଆରେ ଘରେ ହିଁ ନିଜର କ୍ଲାସ ଆରମ୍ଭ କରିଛନ୍ତି।

ee

ସୁହାନା ମୁମ୍ବାଇର ଡ୍ୟାନ୍ସ ଟ୍ରେନର ସଞ୍ଜନା ମୁଥରେଜାଙ୍କ ଠାରୁ ବେଲି ଡ୍ୟାନ୍ସ ଶିକ୍ଷା ନେଉଛନ୍ତି। ସୋସିଆଲ ମିଡିଆରେ ସଞ୍ଜନା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ସୁହାନାଙ୍କ ସହ ଭିଡ଼ିଓ କଲରେ କଥା ହେଉଥିବାର ନଜର ଆସିଛନ୍ତି। ସଞ୍ଜନା ମୁମ୍ବାଇର ପ୍ରସିଦ୍ଧ ବେଲି ଡ୍ୟାନ୍ସର। ତାଙ୍କ ପାଖରୁ ସୁହାନାଙ୍କ ବ୍ୟତୀତ ସନାୟା କପୁର, ଜାହ୍ନବୀ କପୁର, ରକୁଲ ପ୍ରୀତ, କିମ ଶର୍ମା, ଜ୍ୟାକଲୀନଙ୍କ ଭଳି ଅନେକ ଷ୍ଟାର ମଧ୍ୟ ବେଲି ଡ୍ୟାନ୍ସ ଶିଖି ସାରିଛନ୍ତି।

ସୂଚନା ମୁତାବକ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପବ୍ଲିକ କରିଛନ୍ତି। ଏହି ଆକାଉଣ୍ଟ ପବ୍ଲିକ ହେବ ପରେ ଅନୁମାନ କରାଯାଉଛି ସୁହାନା ବହୁତ ଜଲଦି ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସୁହାନା ନ୍ୟୁୟର୍କ ୟୁନିଭରସିଟିର ଫିଲ୍ମ ସ୍କୁଲର ଛାତ୍ରୀ। ଗତ ବର୍ଷ ସୁହାନା ହଲିଉଡର ଏକ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ରେ ନଜର ଆସିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.