ଲକଡାଉନରେ ଏପରି ବିବାହ ବାର୍ଷିକୀ ସେଲିବ୍ରେଟ କଲେ ସନି ଲିଓନି, ସୋସିଆଲ ମିଡିଆରେ ପୋଷ୍ଟ କଲେ ଫଟୋ

ବଲିଉଡର ସୁନ୍ଦର ଏବଂ ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ସନି ଲିଓନି ଏବଂ ତାଙ୍କ ପତି ଡେନିୟଲ ୱେବର ଗତ ଶୁକ୍ରବାର ଦିନ ବିବାହର ୯ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ବର୍ତ୍ତମାନ ଦେଶରେ ଲକଡାଉନ ଚାଲିଥିବାରୁ ନିଜ ଘରେ ବିବାହ ବାର୍ଷିକୀ ସେଲିବ୍ରେଟ କରିବା ସହ ସନି ଲିଓନି ଏବଂ ଡେନିୟଲ ୱେବର ସୋସିଆଲ ମିଡିଆରେ ଏକାଠି ଫଟୋ ସେୟାର କରିବା ସହ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସନି ଲିଓନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡେନିୟଲ ୱେବରଙ୍କ ସହ ସେୟାର କରିଥିବା ଫଟୋରେ ଦୁଇଜଣଙ୍କ ହାତରେ ୱାଇନ ଗିଲାସ ନଜର ଆସିଛି। ଏହାସହ ସେ ଲେଖିଛନ୍ତି, “ହାପ୍ପି ଆନିଭର୍ସରି। ଜୀବନ ପାଗେଲାମୀରେ ଭରିଥିଲେ ମଧ୍ୟ ମୋ ଭଲପାଇବା ସର୍ବଦା ସମାନ ରହିବ। ଲଭ ୟୁ ଡେନିୟଲ ୱେବର।” ସେହିଭଳି ଡେନିୟଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ଲେଖିଛନ୍ତି, ହାପ୍ପି ଆନିଭର୍ସରି ସନି ଲିଓନି। ଏହାସହ ଲେଖିଛନ୍ତି ମୁଁ ବହୁତ ଖୁସି ଅଛି କାରଣ ଆଜି ରାତି ମୁଁ ତୁମ ସହ ମିଶି ୱାଇନ ପିଇ ପାରିବି। ଲଭ ୟୁ ବେବି।

ସୂଚନା ମୁତାବକ ସନି ଲିଓନି ଏବଂ ଡେନିୟଲ ୱେବରଙ୍କର ୩ ଟି ସନ୍ତାନ ରହିଛନ୍ତି। ୨ ଟି ପୁଅ ଏବଂ ଜଣେ ଝିଅ। ଯାହାଙ୍କର ନାଁ ହେଉଛି ଅସର କୌର ୱେବର, ନୋଆ ସିଂହ ୱେବର ଏବଂ ନିଶା କୌର ୱେବର। ଅସର ଏବଂ ନୋଆ ସେରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ବେଳେ ନିଶାଙ୍କୁ ଜନ୍ମ ଦେଇଛନ୍ତି।

 

Leave A Reply

Your email address will not be published.