ଲକଡାଉନ: ଘରେ ଥିବା ଜଣେ ବୃଦ୍ଧଙ୍କୁ ଜନ୍ମଦିନ ଅବସରରେ ଏହି ଖାସ ଉପହାର ଦେଲା ଦିଲ୍ଲୀ ପୋଲିସ, ସୋସିଆଲ ମିଡିଆରେ ଭୁରି ଭୁରି ପ୍ରଶଂସା

ଦିଲ୍ଲୀ ପୋଲିସ କରୋନା ଯୁଦ୍ଧରେ ଦିନରାତି ନା କେବଳ ଡ୍ୟୁଟି କରୁଛି, ବରଂ ଲୋକଙ୍କ ଖାସ ଅବସରର ବିଶେଷ ଧ୍ୟାନ ବି ରଖୁଛି। ଲକଡାଉନ ସମୟରେ ପୋଲିସ ଦିଲ୍ଲୀବାସୀଙ୍କ ଦିଲ ଜିତୁଥିବାର ନଜର ଆସୁଛି। ଶନିବାର ସକାଳେ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ପୋଲିସର ପୂରା ଟିମ 71 ବର୍ଷୀୟ ଜଣେ ବୃଦ୍ଧଙ୍କୁ ଜନ୍ମଦିନର ଶୁଭକାମନା ଦେବାକୁ ପହଞ୍ଚିଥିଲା।

ପୋଲିସ ତାଙ୍କୁ ଉପହାର ସ୍ୱରୂପ ଏକ ଗଛ ମଧ୍ୟ ଦେଇଥିଲା ଏବଂ ତାଙ୍କ ଦୀର୍ଘ ଜୀବନ କାମନା କରିଥିଲା। ତେବେ ଏହି ମୁହୂର୍ତ୍ତର ଏକ ଭିଡ଼ିଓ କ୍ଲିପକୁ ପୋଲିସ ସୋସିଆଲ ମିଡିଆରେ ସେୟାର କରିଛି, ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି।

Leave A Reply

Your email address will not be published.