ୟେ କ’ଣ ପିନ୍ଧି କି ଡ୍ୟାନ୍ସ କରୁଛନ୍ତି ଆଲିଆ ଭଟ୍ଟଙ୍କ କଜିନ ? ଖୁବ ଭାଇରଲ ହେଉଛି ଏହି ଭିଡ଼ିଓ

ଲକଡାଉନ ସମୟରେ ଏବେ ଆମେ ସମସ୍ତେ ଘରେ ଅଛୁ। କିନ୍ତୁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଜିନ ସ୍ମାଇଲି ସୁରି ବହୁତ ଅଲଗା ଢଙ୍ଗରେ ସମୟ ବିତାଉଛନ୍ତି। ସ୍ମାଇଲି ଜଣେ ପୋଲ ଡ୍ୟାନ୍ସର। ଏବେ ଏବେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଅଜବ ଷ୍ଟାଇଲରେ ପୋଲ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି।

ସ୍ମାଇଲି ସୁରିଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ସେ ଝାଡୁ ମାରୁଛନ୍ତି, ବହି ପଢୁଛନ୍ତି, କେଶ ସଜାଡୁଛନ୍ତି ଏବଂ ଜୁସ ମଧ୍ୟ ପିଉଛନ୍ତି। ସୋସିଆଲ ମିଡିଆରେ ଲୋକେ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି। ସ୍ମାଇଲି ନିଜ ଆଇଡିଆଗୁଡ଼ିକୁ ପୋଲ ଡ୍ୟାନ୍ସ ସହିତ ଇଂପ୍ଲିମେଣ୍ଟ କରିଛନ୍ତି। କହି ରଖୁଛୁ, ସ୍ମାଇଲି ସୁରି ଆଲିଆ ଭଟ୍ଟ, ଇମ୍ରାନ ହାସମୀ ଓ ପୂଜା ଭଟ୍ଟଙ୍କ ସମ୍ପର୍କୀୟା।

Leave A Reply

Your email address will not be published.