କରୋନା ଛଡାଇନେଲା ମା’ର ସ୍ନେହ, ସଂକ୍ରମିତ ମା ଶିଶୁକୁ ଜନ୍ମ ଦେବାପରେ ଭିଡିଓ କଲ ଜରିଆରେ ଦେଖୁଛନ୍ତି ନିଜ ପିଲାର ମୁଁହ

କରୋନା ସଂକ୍ରମଣ ଭୟରେ ଦେଶ ତଥା ବିଶ୍ଵର ଅନେକ ଲୋକ ନିଜ ପ୍ରିୟଜନଙ୍କ ଠାରୁ ଦୂରେଇ ରହିଛନ୍ତି । ଚାହିଁଲେ ବି ସେମାନେ ନିଜ ପରିବାର ନିକଟରେ ପହଞ୍ଚି ପାରୁନାହାଁନ୍ତି । ତେବେ ଏହା ମଧ୍ୟରେ ଭାରତରେ ଦେଖିବାକୁ ମିଳିଛି ଏକ ମା’ର ସ୍ନେହ । ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଔରଙ୍ଗାବାଦ ସିଭିଲ୍ ହସ୍ପିଟାଲରେ ଜଣେ କରୋନା ପଜିଟିଭ୍ ମା ନିଜ ସନ୍ତାନକୁ ଜନ୍ମ ଦେଇଥିଲେ ମଧ୍ୟ ନିଜ ପିଲାକୁ ଟିକିଏ ଦେଖିବା ଓ ତାକୁ ଟିକେ ଛୁଇଁବା ପାଇଁ ସେ ସୁଯୋଗ ପାଇନଥିଲେ । ମା’ କରୋନାରେ ସଂକ୍ରମିତ ହୋଇଥିବା ଯୋଗୁଁ ଡାକ୍ତରମାନେ ନବଜାତ ଶିଶୁକୁ ଡାକ୍ତରଖାନାର ଏକ ଅଲଗା ୱାର୍ଡରେ ରଖିଛନ୍ତି । ଏଭଳି ପରିସ୍ଥିତିରେ ସଂକ୍ରମିତ ମହିଳା ଜଣକ ଭିଡିଓ କଲରେ ତାଙ୍କ ଝିଅକୁ ଦେଖୁଛନ୍ତି ।

Coronavirus: What it does to the body - BBC News

ଔରଙ୍ଗାବାଦ ସିଭିଲ ହସ୍ପିଟାଲର ସର୍ଜନ ଡାକ୍ତର ସୁନ୍ଦର କୁଲକର୍ଣ୍ଣିଙ୍କ କହିବା ଅନୁଯାୟୀ ଶିଶୁଟି ଏପ୍ରିଲ 18 ତାରିଖରେ ସିଜେରୀୟନ ସେକ୍ସନରେ ଜନ୍ମ ହୋଇଥିଲା । କିନ୍ତୁ ମା ଜଣେ କରୋନା ରୋଗୀ ହୋଇଥିବାରୁ ପିଲାଟି ତାଙ୍କଠାରୁ ଅଲଗା ହୋଇଯାଇଥିଲା । ତେବେ ବର୍ତ୍ତମାନ ଶିଶୁଟି ସାଧାରଣ ୱାର୍ଡରେ ଥିବାବେଳେ ମହିଳା ଜଣକ କରୋନା ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେ କରୋନା ନେଗେଟିଭ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଦେଶରେ ଏହା ହେଉଛି ଦ୍ୱିତୀୟ ଘଟଣା ଯେତେବେଳେ କରୋନା ସଂକ୍ରମିତ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ । ଏଥି ସହିତ ଚାଇନା, ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ ମୁମ୍ବାଇ ପରେ ଏହା ବିଶ୍ୱର ପଞ୍ଚମ ଘଟଣା । ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ 6430 ଲୋକ ସଂକ୍ରମିତ ହୋଇଥିବାବେଳେ 283 ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.