ଜଙ୍ଗଲରେ ଏମିତି ଅନେକ ଅଦ୍ଭୁତ ଘଟଣା ଘଟେ ଯାହା ସାଧାରଣରେ ଆମେ ଦେଖିବାକୁ ପାଇନଥାଉ। ସେଭଳି ଏକ ଘଟଣା ହେଉଛି ଜୀବଜନ୍ତୁଙ୍କ ଶିକାର। ସାପ କୌଣସି ବିରାଟ ଜୀବକୁ ଗିଳୁଥିବା ଦୃଶ୍ୟ ବୋଧେ କେହି କେବେ ନିଜ ଆଖିରେ ଦେଖିନଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଏକ ବର୍ମିଜ ଅଜଗର ଏକ ବଡ଼ ହରିଣକୁ ଗିଳୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ପରବିନ କାସବାନ ନିଜ ଟ୍ୱିଟରରେ ସେୟାର କରିଛନ୍ତି।
ଦେଖନ୍ତୁ ଭିଡିଓ:
Unbelievable !! This Burmese python was too much hungry so swallows whole deer. From Dudhwa sent by @WildLense_India for sharing. pic.twitter.com/QdCBXEy4vZ
— Parveen Kaswan, IFS (@ParveenKaswan) April 28, 2020
ଭିଡିଓ ସେୟାର କରି ପରବିନ କ୍ୟାପସନରେ ଲେଖିଛନ୍ତି ଯେ ଅବିଶ୍ୱସନୀୟ! ଏହି ବର୍ମିଜ ଅଜଗର ଏତେ ଭୋକିଲା ଥିଲା ଯେ ପୂରା ହରିଣକୁ ଗିଳିଦେଲା। ତାଙ୍କ କହିବା ଅନୁସାରେ ଭିଡିଓଟି ଉତ୍ତର ପ୍ରଦେଶର ଦୁଘବା ଜାତୀୟ ଉଦ୍ୟାନର ଓ ଏହାକୁ @WildLense_India ସେୟାର କରିଛି।
୨ମିନିଟ ୨୦ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି ଯେ କେମିତି ଏକ ଅଜଗର ଏକ ବିରାଟ ବଡ଼ ହରିଣକୁ ଗିଳୁଛି। ଅଜଗର ବଡ଼ ଆଁ କରି ହରିଣକୁ ସମ୍ପୂର୍ଣ୍ଣ ଢୋକି ଦେଉଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଶତାଧିକ ଲୋକ ଦେଖିବା ସହ ସେୟାର କରୁଥିବା ଦେଖାଯାଇଛି।