ଚାକିରୀ ହରାଇବା କାରଣରୁ କେରଳ ଫେରିବାକୁ ଚାହୁଁଛନ୍ତି ଏକ ଲକ୍ଷ ଏନଆରଆଇ

କରୋନା ଭାଇରସ ପ୍ରଭାବକୁ ଯଥାସମ୍ଭବ କମ କରିବା ପାଇଁ ବିଶ୍ୱବ୍ୟାପୀ ଅଧିକାଂଶ ରାଷ୍ଟ୍ର ଲକ ଡାଉନ ଘୋଷଣା କରିଛନ୍ତି । ଆମ ଦେଶ ଭାରତରେ ବି ଦ୍ଵିତୀୟ ଥର ପାଇଁ ଏହି ଅବଧି ବୃଦ୍ଧି କରାଯାଇଛି । ଏହି କାରଣରୁ ହଜାର ହଜାର ଲୋକେ ନିଜ ନିଜ ଚାକିରୀ ବି ହରେଇ ସାରିଲାଣି । ଚାକିରୀ ଯିବା କାରଣରୁ ଅଥବା ଅନ୍ୟ କାରଣରୁ ଅଧିକାଂଶ ଏନଆରଆଇ ଏବେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ଅନଲାଇନ ପଞ୍ଜିକରଣ ବି କରାଇଛନ୍ତି । ଏବାବଦରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗଣମାଧ୍ୟମକୁ ଦେଉଥିବା

job ସାକ୍ଷାତ୍କାରରେ କହିଛନ୍ତିକି, ଗତ ଚାରି ଦିନ ଭିତରେ ତିନି ଲକ୍ଷରୁ ଅଧିକ ସଂଖ୍ୟକ ଏନଆରଆଇ କେରଳ ଫେରିବା ପାଇଁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ପାଖାପାଖି ଏକ ଲକ୍ଷ ଲୋକ ଫେରିବାର କାରଣ ଚାକିରୀ ଯିବା ବୋଲି ଦର୍ଶାଇଛନ୍ତି । ଆଉ କିଛି ଜଣ ଭିସା ଅବଧି ଶେଷ ହେବା, ଜେଲରୁ ଛାଡ ମିଳିବା, ବାର୍ଷିକ ଛୁଟି ପରି କାରଣ ମାନ ଉଲ୍ଲେଖ କରିଛନ୍ତି । ପଞ୍ଜିକରଣ କରିଥିବା ସମୁଦାୟ ଲୋକଙ୍କ ମଧ୍ୟରେ ୯୫୬୧ ଜଣ ଶିଶୁ ଓ ୯୫୧୫ ଜଣ ଗର୍ଭବତୀ ମହିଳା ଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର କେରଳ ନିବାସୀ ଏନଆରଆଇଙ୍କ ପାଇଁ ଭିନ୍ନ ଏକ ବିଭାଗର ବ୍ୟବସ୍ଥା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ ଆଗକୁ ଏହି ପୋର୍ଟାଲରେ ଫେରିବାକୁ ଚାହୁଁଥିବା ଏନଆରଆଇ ମାନେ ପଞ୍ଜିକରଣ କରିପାରିବେ । ସୂଚନା ଦେବା ଯୋଗ୍ୟକି, କେରଳରେ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୭ ରେ ପହଁଚିଥିବା ବେଳେ ଚାରି ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯେବେକି ୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.