ଓଠର ରଙ୍ଗର ଖୋଲିବ ଆପଣଙ୍କ ବ୍ୟକ୍ତିତ୍ବର ରହସ୍ୟ , ଜାଣନ୍ତୁ କେମିତି

ଏକଥା କହିବା ଭୁଲ୍ ହେବନି ଯେ ମହିଳାଙ୍କ ଅଧା ଶୃଙ୍ଗାରକୁ ପୁରା କରିଥାଏ ଲିପଷ୍ଟିକ୍ । କାରଣ ଅନେକ ସମୟରେ କିଛି ଖାସ୍ ରଙ୍ଗର ଲିପଷ୍ଟିକ୍ ଲଗାଇଲେ ମହିଳାମାନେ ଅଧିକ ସୁନ୍ଦର ଲାଗିଥାନ୍ତି । ସେମିତିରେ ତ ମହିଳାମାନଙ୍କ ନିକଟରେ ବିଭିନ୍ନ ରଙ୍ଗର ଲିପଷ୍ଟିକ୍ ଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଗୋଟିଏ ରଙ୍ଗ ଥାଏ ଯାହା ସେମାନଙ୍କର ପ୍ରିୟ ହୋଇଯାଏ । ଯାହାକୁ ନିଜଠାରୁ ଅଲଗା କରିପାରିନଥାନ୍ତି । ଆଉ ଅଧିକାଂଶ ସମୟରେ ଏହାକୁ ବ୍ୟବହାର କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଆପଣ ଳଗାଉଥିବା ଲିପଷ୍ଟିକ୍ ଆପଣଙ୍କ ବ୍ୟକ୍ତିତ୍ବର ପରିଚୟ ହୋଇଥାଏ । ଏବେ ନଜର ପକାନ୍ତୁ ଆପଣଙ୍କ ବିଷୟରେ କଣ କହିଥାଏ ଆପଣଙ୍କ ଲିପଷ୍ଟିକ୍ ।

ଏହା ସହ ପଢନ୍ତୁ : ଜାଣିନେବେ ଯଦି ଲିପଷ୍ଟିକର ଏହି ୩ଟି ଫାଇଦା, ତେବେ ଗର୍ଲଫ୍ରେଣ୍ଡଙ୍କୁ ସବୁ ମାସରେ କରିବେ ଗିଫ୍ଟ

ପିଙ୍କ୍ ଲିପଷ୍ଟିକ୍

pink ଅଧିକାଂଶ ମହିଳା ଗୋଲାପୀ ରଙ୍ଗର ଲିପଷ୍ଟିକ୍ ବ୍ୟବହାର କରିଥାନ୍ତି । ଏହି ରଙ୍ଗ ମହିଳାଙ୍କୁ ଖୁବ୍ ମାନିଥାଏ ମଧ୍ୟ । ଏହି ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ମହିଳାଙ୍କ ବିଷୟରେ କୁହାଯାଇପାରେ ଯେ ସେମାନେ କ୍ରିଏଟିଭ୍, ରୋମାଂଟିକ୍ ଏବଂ ଭାବପ୍ରବଣ ହୋଇଥାନ୍ତି ।

ନାଲି ଲିପଷ୍ଟିକ୍ 

red

ଯେଉଁ ମହିଳାଙ୍କ ପସନ୍ଦ ଲାଲ୍ ରଙ୍ଗର ଲିପଷ୍ଟିକ୍ ସେମାନେ ରୋମାଂଟିକ୍ ମିଜାଜର ହୋଇଥାନ୍ତି । ସେମାନେ ନିଜ ସେକ୍ସ ଲାଇଫକୁ ଖୁବ୍ ଉପଭୋଗ କରିଥାନ୍ତି ।

ବାଇଗିଣୀ ଲିପଷ୍ଟିକ୍ 

purple

ସେହିପରି ଯେଉଁମାନଙ୍କ ପସନ୍ଦ ବାଇଗିଣୀ ଲିପଷ୍ଟିକ୍ ସେପରି ମହିଳା ରିସ୍କ ନେବା ଏବଂ ନିୟମ ଭାଙ୍ଗିବାକୁ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ ଏମାନେ କ୍ରିଏଟିଭ୍ ମଧ୍ୟ ହୋଇଥାନ୍ତି ।

ଅରେଞ୍ଜ ଲିପଷ୍ଟିକ୍ 

orange

ଏହି ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ମହିଳା ନିଜ କ୍ୟାରିୟରକୁ ନେଇ ସଜାଗ ଥାନ୍ତି । ସେମାନେ ନିଜ ଅଧିକାର ସହ କେବେ ବି ସାଲିସ୍ କରିନଥାନ୍ତି । ପାର୍ଟିର ସୌକିନ୍ ଥାନ୍ତି ଏବଂ ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର୍ ଖୁବ୍ ଭଲ ଥାଏ ।

ବ୍ରାଉନ୍ ଲିପଷ୍ଟିକ୍ 

brownଏହି ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ମହିଳା କଠିନ ପରିଶ୍ରମୀ ହୋଇଥାନ୍ତି । ଏକ ଉତ୍ତମ ବନ୍ଧୁ ହୋଇଥାନ୍ତି ଏହି ରଙ୍ଗର ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରୁଥିବା ମହିଳା ।

ନ୍ୟୁଡ୍ ଲିପଷ୍ଟିକ୍  

nude

ଏହି ରଙ୍ଗର ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରୁଥିବା ମହିଳା ବେଶୀ ଭାବପ୍ରବଣ ହୋଇଥାନ୍ତି । ସେମାନେ ପରିସ୍ଥିତି ହିସାବରେ ନିଜକୁ ବଦଳାଇଥାନ୍ତି । ଏଭଳି ମହିଳା ସମସ୍ୟାକୁ ସହଜରେ ପାର କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.