ପୃଥିବୀର ଶେଷ ତାସମାନିଆ ବାଘର ଦୁର୍ଲ୍ଲଭ Video ହେଲା ଭାଇରଲ, ମରିବା ପୂର୍ବରୁ ଦେଖାଯାଉଥିଲା ଏମିତି

ନ୍ୟାଶନାଲ ଫିଲ୍ମ ଆଣ୍ଡ ସାଉଣ୍ଡ ଆର୍କାଇଭ ଅଫ୍ ଅଷ୍ଟ୍ରେଲିଆ(NFSA) ଦ୍ୱାରା ପୃଥିବୀର ଶେଷ ତାସମାନିଆ ବାଘର ଏକ ଭିଡ଼ିଓ ଜାରି କରାଯାଇଛି। ଏବେ ଏହି ବାଘ ବିଲୁପ୍ତ ହୋଇସାରିଛି। ଏହି ପ୍ରଜାତିର ବାଘ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳୁଥିଲେ। ଏହା ନିଜର ପିଠି ପାଇଁ ତାସମାନିଆ ବାଘ ରୂପେ ଜଣାଯାଉଥିଲା।

ଭିଡିଓକୁ 1935 ମସିହାରେ ଉତ୍ତୋଳନ କରାଯାଇଥିଲା। ସେତେବେଳେର ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ବାଘକୁ ପ୍ରଥମେ ହୋବାର୍ଟ ଚିଡ଼ିଆଖାନା ଏବଂ ପରେ ଲଣ୍ଡନ ଚିଡ଼ିଆଖାନାରେ ରଖାଯାଇଥିଲା। ଭିଡ଼ିଓଟି ମାତ୍ର 21 ସେକେଣ୍ଡର। ବାଘର ନାମ ‘ବେଞ୍ଜାମିନ୍’ ଥିଲା। 7 ସେପ୍ଟେମ୍ବରରେ ଭିଡିଓଟିକୁ ରେକର୍ଡିଂ କରାଯିବାର 1 ବର୍ଷ ପରେ ତାସମାନିଆ ବାଘର ମୃତ୍ୟୁ ହୋଇଥିଲା।

ତେବେ 7 ସେପ୍ଟେମ୍ବରକୁ ହିଁ ଅଷ୍ଟ୍ରେଲିଆରେ National Threatened Species Day ରୂପେ ପାଳନ କରାଯାଇଥାଏ। ଭିଡିଓରେ କୁହାଯାଇଥିଲା କି, ଏହା ଦୁନିଆର ଏକମାତ୍ର ତାସମାନିଆ ବାଘ। 85 ବର୍ଷ ପୂର୍ବେ ଏହି ବାଘକୁ ଦେଖାଯାଇଥିଲା। ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡ଼ିଓକୁ ଏ ପର୍ଯ୍ୟନ୍ତ 80 ହଜାରରୁ ଅଧିକ ଭିୟୁ ମିଳିସାରିଲାଣି। ଅଷ୍ଟ୍ରେଲିଆ ମ୍ୟୁଜିଅମ ଅନୁସାରେ, ତାସମାନିଆରେ ଏହାର ବିଲୁପ୍ତ ବୋଧେ ହୁଏ କୁକୁରର ଆଗମନରେ ହୋଇଥିଲା।

Leave A Reply

Your email address will not be published.