ଆଜି ଯାଏଁ ଏକାଠି ଅଭିନୟ କରିନାହାନ୍ତି ମାଧୁରୀ ଓ ଅମିତାଭ, ଏହି ଅଭିନେତା କରିଥିଲେ ବାରଣ

ବଲିଉଡର ସବୁଠୁ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଓ ମାଧୁରୀ ଦୀକ୍ଷିତ ଅନ୍ୟତମ। ଉଭୟଙ୍କର ଫ୍ୟାନ ଫଲୋୟର୍ସ ମଧ୍ୟ ବେଶ୍ ଅଧିକ। ଉଭୟଙ୍କୁ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ ଓ ‘ଓଏ ମଖନା’ ଗୀତରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ଏହି କଳାକାର ଏକାଠି କୌଣସି ଫିଲ୍ମରେ ଅଭିନୟ କରିନାହାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଧୁରୀ ଓ ଅମିତାଭ ଏକ କାରଣ ପାଇଁ ଏକାଠି କାମ କରନ୍ତି ନାହିଁ।

amitabh bachchan and madhuri dixit never worked: amitabh bachchan ...

ମାଧୁରୀ ୮୦ ଦଶକରେ ବଲିଉଡରେ ପାଦ ଥାପିଥିଲେ। ପ୍ରଥମେ ତାଙ୍କର ଏତେଟା ଫିଲ୍ମ ହିଟ ହେଇନଥିଲା। ପରେ ଅନୀଲ କପୁରଙ୍କ ସହ ସେ ବେଟା, ତେଜାବ, ହିଫାଜତ, ପରିନ୍ଦା ଭଳି ହିଟ ଫିଲ୍ମ କରିଥିଲେ। ଏହାପରେ ହିଁ ତାଙ୍କୁ ଷ୍ଟାରର ପରିଚୟ ମିଳିଥିଲା।

amitabh bachchan and madhuri dixit never worked: amitabh bachchan ...

ସେହି ସମୟରେ ମାଧୁରୀଙ୍କୁ ଅମିତାଭଙ୍କ ସହ ଏକ ଫିଲ୍ମର ଅଫର ଆସିଥିଲା। କିନ୍ତୁ ଅନୀଲ କପୁର ତାଙ୍କୁ ସେ ଫିଲ୍ମରେ ଅଭିନୟ କରିବାକୁ ବାରଣ କରିଥିଲେ। କୁହାଯାଏ ଯେ ସେହି ସମୟରେ ଅନୀଲ ମାଧୁରୀଙ୍କୁ ନେଇ ପୋଜେସିଭ ଥିଲେ। ତେବେ ଏହି କାରଣରୁ ମାଧୁରୀ ଆଉ କେବେ ବି ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.