ଗରମ ଦିନରେ ଆଇସକ୍ରିମର ସ୍ୱାଦକୁ ବଢ଼ାଇଦେବ ପାନ କୁଲଫି, ଟେଷ୍ଟରେ ଏକଦମ୍‌ ବେଷ୍ଟ

ଗରମର ଏହି ଋତୁରେ ଯେଉଁଠି ଗୋଟେ ପଟେ କରୋନାର ଭୟ ଘାରିଛି ଅନ୍ୟପଟେ ଗରମର କଲବଲ। ତେବେ ଏମିତିରେ ଲକଡାଉନ ସମୟରେ ଘରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି। ତେବେ କାହିଁକି ଆପଣ ଗରମର ଏହି ଋତୁରେ ଥଣ୍ଡା ବ୍ୟଞ୍ଜନର ସ୍ୱାଦ ନିଅନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସ୍ପେଶାଲ ପାନ କୁଲଫି ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨୦୦ ଗ୍ରାମ ଅମୁଲ କ୍ରୀମ
-୧/୨ କପ୍‌ କ୍ଷୀର
-୩ ବଡ ଚାମଚ ଚିନି ପାଉଡର
-୩ ବଡ ଚାମଚ ମିଲ୍କ ପାଉଡର
-୨ ବଡ ଚାମଚ ବ୍ରେଡ ଗୁଣ୍ଡ
-୩ ବଡ ଚାମଚ ସୁଖିଲା ଖୁଆ (ଯାହା ଦରଦରା ପାଉଡର)
-୧/୪ ଚାମଚ ଅଳେଇଚ ପାଉଡର
-୩ ବୁନ୍ଦା ପାନ ଆସେନ୍ସ (ପାନ ଫ୍ଲେଭର)

paan kulfiପ୍ରସ୍ତୁତି ପ୍ରଣାଳୀ

-ସବୁ ସାମଗ୍ରୀ (କ୍ଷୀର, କ୍ରୀମ, ଚିନି, ମିଲ୍କ ପାଉଡର, ବ୍ରେଡ ଚୂରା, ଅଳେଇଚ ପାଉଡର, ପାନ ଆସେନ୍ସ ଏବଂ ଦରଦରା ପେଶା ହୋଇଥିବା ଡ୍ରାଏ ଫୃଟ୍ସ)କୁ ମିକ୍ସଚରରେ ପକାଇ ଅଧା ମିନିଟ୍‌ ପଯ୍ୟର୍ନ୍ତ ଚଲାଇ ଦିଅନ୍ତୁ।

-ଏବେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ କୁଲଫି ଡିସରେ ଢ଼ାଳି ଦିଅନ୍ତୁ। ତେବେ ଏହାକୁ ୮ ରୁ ୯ ଘଣ୍ଟା ପାଇଁ ଫ୍ରିଜର ବା ଡିପ୍‌ ଫ୍ରିଜରେ ରଖିଦିଅନ୍ତୁ।

-ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପାନ କୁଲଫି। ଆପଣ ଚାହିଁଲେ ଏହାକୁ ନଡିଆ କୋରାରେ ବି ଗାର୍ନିସ କରିପାରିବେ।

Leave A Reply

Your email address will not be published.