ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆମେରିକା ବାରମ୍ବାର ଚୀନ୍କୁ ଚେତାବନୀ ଦେଇ ଆସୁଛି ଯେଚୀନ୍ ପଡ଼ୋଶୀ ଦେଶ ସହ ଉସୁକାଇବା କାମରୁ ବିରତ ରହୁ । ହେଲେ ଚୀନ୍ର ସଂଘର୍ଷପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି ।
ଏହାକୁ ନେଇ ଆମେରିକା ପୁଣି ଥରେ ଚୀନ୍କୁ ଏକ୍ ଝଟ୍କା ଦେବାକୁ ଘୋଷଣା କରିଛି ଯାହାକୁ ନେଇ ଚୀନ୍ର ସ୍ୱର ନରମୀ ଯାଇଛି । ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଯେତେବେଳେ ଚୀନ୍କୁ ଲଗାମ ଲଗାଇବାକୁ ନିଜର ସେନା ବଢ଼ାଇବାକୁ ଘୋଷଣା କଲେ ସେତେବେଳେ ଭାରତ ପ୍ରତି ଚୀନର ସ୍ୱର ନରମିଗଲା ।
ପାମ୍ପିଓଙ୍କ ସେନା ବଢ଼ାଇବା ଘୋଷଣା ପରେ ଚୀନ୍କୁ ଡର ପଶିଛି । କାରଣ ଯଦି ହିନ୍ଦ୍-ପ୍ରଶାନ୍ତ ସାଗରରେ ଭାରତ ଓ ଆମେରିକା ମିଶିଯିବେ ତେବେ ଚୀନ୍ ପାଇଁ ବିପଦ ବଢ଼ିଯିବ । ତେଣୁ ଚୀନ୍ ଏବେ ଭାରତକୁ ପ୍ରଶଂସା କରିଛି ।
ଚୀନ୍ର ମୁଖପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ରେ ଭାରତକୁ ପ୍ରଶଂସା କରି ଚୀନ୍ କହିଛି ଯେ ଭାରତ କୂଟନୈତିକ ସ୍ତରରେ ସ୍ୱତନ୍ତ୍ରତାକୁ ପସନ୍ଦ କରେ । ତେଣୁ ଭାରତ ଆମେରିକା ସହ ଯିବନାହିଁ । ଆମେରିକାର ଏହି ଘୋଷଣାରେ ଚୀନ୍ ଏବେ ଡରିଯାଇଛି ।
ଚୀନ୍କୁ ଏବେ ଚେତା ପଶିଲାଣି ଯେ ଆମେରିକାର ଗୋଟିଏ ଚାଲ୍ ପୁରା ସମୀକରଣ ବଦଳାଇ ଦେବ । ତେଣୁ ଚୀନ୍ ଏବେ ଭାରତ ଉପରେ ତା’ର ଚାଲ୍ ବିଛାଇବାରେ ଲାଗିଛି । ଆମେରିକା ସହ ଭାରତ ଯେପରି ନଯାଉ ସେଥିପାଇଁ ଉଦ୍ୟମ ଚଳାଇଛି ।
ଫଳରେ ଚୀନ୍ର ଗଣମାଧ୍ୟମ ଏବେ ଭାରତର ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି । ଚୀନ୍ର ଏହି ଉଦ୍ୟମ ଜାରି ରହିଛି ଯେ ଭାରତ କିପରି ଆମେରିକା ସହ ହାତ ନ ମିଳାଉ ।
ଚୀନ୍କୁ ଏହା ଜଣା ଯେ ଯଦି ଭାରତ ଓ ଆମେରିକା ହାତ ମିଶାଇବେ ତେବେ ଦକ୍ଷିଣ ଏସିଆ ଓ ହିନ୍ଦ୍-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍କୁ ପୁରା ଘେରିଯିବେ । ଯେଉଁଥି ପାଇଁ ଚୀନ୍ ତା’ର ଭାରତ ବିରୋଧୀ ସ୍ୱର ନରମ କରିଛି ଓ ସେନାକୁ ଘୁଞ୍ଚି ଯିବା ପାଇଁ ନର୍ଦ୍ଦେଶ ଦେଇଛି ।