ବାଏ ବାଏ ଡାଡି ଡାକ୍ତର ମୋ ଭେଣ୍ଟିଲେଟର କାଢ଼ି ଦେଇଛନ୍ତି ମୁଁ ଆଉ ବଞ୍ଚିବିନି ! ମରିବା ପୂର୍ବରୁ କରୋନା ରୋଗୀଙ୍କ ସେଲଫି ଭିଡିଓ ଭାଇରାଲ

‘ମୋତେ ନିଶ୍ୱାସ ନେବାରେ କଷ୍ଟ ହେଉଛି। ଡାକ୍ତର ମୋର ଭେଣ୍ଟିଲେଟର କାଢ଼ି ଦେଇଛନ୍ତି। ତିନି ଘଣ୍ଟା ହେବ ମୋତେ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ମୁଁ ତାଙ୍କୁ କହିଲି ନିଶ୍ୱାସ ନେବାରେ କଷ୍ଟ ହେଉଛି ହେଲେ ମୋ କଥା କେହି ଶୁଣୁନାହାନ୍ତି। ମୋତେ ଲାଗୁଛି ମୋର ହୃଦ ସ୍ପନ୍ଦନ ବନ୍ଦ ହୋଇଯାଉଛି। ବାଏ ଡାଡି, ସମସ୍ତଙ୍କୁ ବାଏ।’ ଏସବୁ କଥା ହେଉଛି ମୃତ୍ୟୁ ପୂର୍ବରୁ ଜଣେ ୩୫ ବର୍ଷୀୟ କରୋନା ରୋଗୀଙ୍କର।

ହାଇଦ୍ରାବାଦରୁ ଏକ ଖବର ଏମିତି ଆସିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଜଣେ ୩୫ ବର୍ଷର ଜଣେ ଯୁବକଙ୍କର କରୋନା ଭାଇରସରେ ମୃତ୍ୟୁ ହୋଇଛି। ତେବେ ଆପଣଙ୍କୁ ଆହୁରି ଏକ ଖବର ଦୁଃଖ ଲାଗିବ ଯେ ଯୁବକ ଜଣଙ୍କ ମରିବା ପୂର୍ବରୁ ନିଜ ବାପାଙ୍କୁ ଏକ ସେଲଫି ଭିଡିଓ ପଠାଇଥିଲେ। ଯେଉଁଥିରେ ଯୁବକ ଜଣଙ୍କ ଭିଡିଓରେ କହୁଛନ୍ତି ‘ବାୟ ଡାଡି’। ଏହାସହିତ ସେ ଏହା ମଧ୍ୟ କହୁଛନ୍ତି ଡାକ୍ତର ମୋର ଭେଣ୍ଟିଲେଟର ହଟାଇ ଦେଇଛନ୍ତି ଏବଂ ମୋତେ ନିଶ୍ୱାସ ନେବାରେ କଷ୍ଟ ହେଉଛି। ତେବେ ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଲା ସେତେବେଳେ ଲୋକମାନେ ଯୁବଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରିଛନ୍ତି।

downloadସୂଚନା ଅନୁଯାୟୀ ଏହି ଘଟଣା ହେଉଛି ହାଇଦ୍ରାବାଦରେ ଏକ ସରକାରୀ ହସପିଟାଲର। ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ଯୁବକ ଜଣଙ୍କ ଭିଡିଓରେ କହିଥିଲେ, ଡାକ୍ତିର ମୋ ଭେଣ୍ଟିଲେଟର ହଟାଇଦେଇଛନ୍ତି, ମୁଁ ତିନି ଘଣ୍ଟା ଧରି ଅକ୍ସିଜେନ ପାଇଁ ଦାବି କରୁଛି କିନ୍ତୁ ସେମାନେ ମୋ କଥା ଶୁଣୁନାହାନ୍ତି। ମୋତେ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ‘ବାୟ ଡାଡି, ଆଉ ସମସ୍ତଙ୍କୁ ମଧ୍ୟ ବାୟ।’

ରବିବାର ଯୁବକ ଜଣଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯୁବକଙ୍କ ବାପାଙ୍କ କହିବାନୁଯାୟୀ ତାଙ୍କ ପୁଅ ଭିଡିଓ ସେୟାର କରିବାର କିଛି ସମୟ ପରେ ହିଁ ମରିଯାଇଥିଲା। ଶନିବାର ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଗଲା।


ତେବେ ଏହି ସମ୍ପର୍କରେ ଯୁବକଙ୍କ ବାପା ନିଜ ବୟାନରେ କହିଛନ୍ତି ଯେ, ୨୪ ଜୁନରେ ମୋ ପୁଅକୁ ବହୁତ ଜୋରସେ ଜ୍ୱର ହୋଇଥିଲା। ମୁଁ ତାକୁ ବହୁତ ହସପିଟାଲକୁ ନେଇକି ଗଲି। କିନ୍ତୁ କେଉଁଠାରେ ତାଙ୍କୁ ଭର୍ତ୍ତୀ କରାଗଲା ନାହିଁ। ତେବେ ଏହାପରେ ଏକ ହସପିଟାଲରେ ଭର୍ତ୍ତୀ କରାଗଲା। ଏହି ହସପିଟାଲରେ ହିଁ ୨୬ ଜୁନରେ ତାର ମୃତ୍ୟୁ ହୋଇଗଲା।

ତେବେ ହାଇଦ୍ରାବାଦର ଚେଷ୍ଟ ହସପିଟାଲ ଭେଣ୍ଟିଲେଟର ହଟାଯିବା ଅଭିଯୋଗକୁ ଖାଚଜ କରିଛି। ତେବେ ହସପିଟାଲର ସୁପରିଟେଡେଣ୍ଟେ କହିଛନ୍ତି ଯେ ହସପିଟାଲରେ ଭେଣ୍ଟିଲେଟର ସପୋର୍ଟର ଅଭାବ ନାହିଁ। କିନ୍ତୁ ସେହି ରୋଗୀଙ୍କର ଅବସ୍ଥା ବହୁତ ଗୁରୁତର ଥିଲା। ସେ ଜଣାଇଛନ୍ତି ଯେ ଅଚାନକ ହୃଦୟର ଗତି ଅଟକିଯିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.