ମାଲକାନଗିରି: ମାଓବାଦୀଙ୍କୁ ବିରୋଧ କରି ଲଗାଗଲା ପୋଷ୍ଟର । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଗତ ଫେବୃଆରି ମାସରେ ସ୍ୱାଭିମାନ ଅଞ୍ଚଳର ତିନିଜଣ ନିରୀହ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ମାଓବାଦୀ। ଏହାସହ କରୋନା ସମୟରେ ଗାଁ ଗାଁରେ ମେଳି କରି ସଂକ୍ରମଣ ବ୍ୟାପିବରେ ଚେଷ୍ଟା କରୁଥିବା ନେଇ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ସେହିପରି ଗ୍ରାମବାସୀଙ୍କ ଖାଦ୍ୟଶସ୍ୟ ଓ ସରକାରୀ ଚାଉଳକୁ ଲୁଟ ଆଦି କାର୍ଯ୍ୟ ଚଳାଇଛନ୍ତି। ଏହାକୁ ବିରୋଧ କରି ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମିଲିସିଆଙ୍କୁ ସତର୍କ କରାଯାଇ ପୋଷ୍ଟର ଲଗାଯାଇଛି।