ରାମମନ୍ଦିର ଭୂମି ପୂଜନ: ସାମ୍ନାକୁ ଆସିଲା ନିମନ୍ତ୍ରିତ ଅତିଥିଙ୍କ ନାମ, ଦେଖନ୍ତୁ କେମିତି ଦିଶୁଛି ନିମନ୍ତ୍ରଣ ପତ୍ର

ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ହେବାକୁ ଯାଉଛି ଭୂମି ପୂଜନ। ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନରେ ଯୋଗ ଦେବା ପାଇଁ ଅଯୋଧ୍ୟା ଆସୁଛନ୍ତି। ଭୂମି ପୂଜନ ତିଥି ଯେତିକି ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଭୂମି ପୂଜନ ପାଇଁ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରର ପ୍ରଥମ ଝଲକ ସାମ୍ନାକୁ ଆସିଛି।

ଦେଖନ୍ତୁ କେମିତି ଦିଶୁଛି ନିମନ୍ତ୍ରଣ ପତ୍ର:

୨୦୦ ଜଣ ଅତିଥିଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବ। ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ଅତିଥିଙ୍କୁ ହଳଦିଆ ରଙ୍ଗର ନିମନ୍ତ୍ରଣ ପତ୍ର ପଠାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବା ନେଇ ସୂଚନା ରହିଛି। ଏଥିସହ ଅତିଥିମାନେ ଅଗଷ୍ଟ ୪ ସନ୍ଧ୍ୟା ମଧ୍ୟରେ ଅଯୋଧ୍ୟାର କାରସେବକପୁରମ୍‌ ପହଞ୍ଚିବାକୁ ଅନୁରୋଧ କରାଯାଇଛି।

PM Modi to address grand finale of Smart India Hackathon on ...

ଏବେ ଯାଏଁ ଭୂମି ପୂଜନ ପାଇଁ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ସଂଘ ପ୍ରମୁଖ ମୋହନ ଭାଗବତ, ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବିଜେପି ନେତା ଉମା ଭାରତୀ, ରାମ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ସାଧ୍ୱୀ ଋତଙ୍ଗଭରା, ବାବ୍ରି ମସ୍‌ଜିଦ୍‌ର ମୁଦଇ ଥିବା ଇକବଲ ଅନ୍‌ସାରୀ ଓ ରାଜେନ୍ଦ୍ର ଦେବାଚାର୍ଯ୍ୟ ପ୍ରମୁଖ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.