ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଆମେରିକା: ଅଘଟଣ ହଉ ହଉ ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆକାଶରେ ଉଡୁଥିବା ଏକ ଛୋଟ ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରମ୍ପଙ୍କ ବିମାନ। ଗତ ରବିବାର ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଉଦିଷ୍ଟ ଏୟାରଫୋର୍ସ ୱାନ୍‌ରେ ଥିବା ଟ୍ରମ୍ପଙ୍କ ବିମାନ କଳା ଓ ହଳଦିଆ ରଙ୍ଗ ଯୁକ୍ତ କ୍ରସ୍‌ ପରି ଦିଶୁଥିବା କୌଣସି ଏକ ଜିନିଷ ପାର୍ଶ୍ୱ ଦେଇ ଗତି କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଓ ଜଣେ ସାମ୍ବାଦିକ ସୂଚନା ଦେଇଛନ୍ତି।

trumpବିମାନଟି ରବିବାର ସଂଧ୍ୟା ୬ଟାରେ ମେରିଲ୍ୟାଣ୍ଡରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଏହା ଘଟିଥିବା ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଲକ୍ଷ୍ୟ କରିଛନ୍ତି। ଏନେଇ ୟୁଏସ୍‌ ଏୟାରଫୋର୍ସ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏପରି ରିପୋର୍ଟକୁ ନିଶ୍ଚିତ କରିବାକୁ ସୋମବାର ସିକ୍ରେଟ୍‌ ସର୍ଭିସ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ। ଆମେରିକାରେ ଅଧିକାଂଶ ସମୟରେ ଡ୍ରୋନ୍‌ ଗୁଡ଼ିକ ଏପରି ନିଷିଦ୍ଧାଞ୍ଚଳରେ ଉଡ଼ି ସମସ୍ୟା ସୃଷ୍ଟି କରିଥାଏ ବୋଲି ଫେଡେରାଲ ଆଭିଏସନ୍‌ ଆଡମିନିଷ୍ଟ୍ରେସନ ପ୍ରତି ବର୍ଷ ରିପୋର୍ଟ ହାସଲ କରିଥାଏ।

Leave A Reply

Your email address will not be published.