ପଲସର ୨୨୦ଏଫରେ ହେବାକୁ ଯାଉଛି ଏହି ପରିବର୍ତ୍ତନ, ଜାଣନ୍ତୁ ସଂପୂର୍ଣ୍ଣ ଖବର

ନୂଆଦିଲ୍ଲୀ : ପ୍ରସିଦ୍ଧ ଦୁଇଚକିଆ ବାହାନ ର୍ନିମାତା କମ୍ପାନି ବଜାଜ ଭାରତରେ ଖୁବ ଶୀଘ୍ର ୨୨୦ଏଫ ବାଇକ କୁ ଏବିଏସ ସଂଯୋଗ କରି ଲଞ୍ଚ କରିବାକୁ ଯାଉଛି। ସୂଚନା ମୂତାବକ, କମ୍ପାନି ଏହି ବାଇକରେ ସିଙ୍ଗଲ ଚ୍ଯାନେଲ ଏବିଏସ୍ ୟୁନିଟ ସାମିଲ କରିବ ଯାହା ଦ୍ବାରା ବାଇକ୍ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯିବ। ତେବେ କମ୍ପାନି ଏହି ନୂଆ ବାଇକର ମୂଲ୍ଯ ବିଷୟରେ  କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ଅନୁଧ୍ୟାନ କରାଯାଉଛି କି, ନୂଆ ମଡ଼େଲର ମୂଲ୍ଯ ପୁରୁଣା ମଡ଼େଲରୁ ୧୦,୦୦୦ ରୁ ୧୨,୦୦୦ଟଙ୍କା ମହଙ୍ଗା ରହିବ।

pulsar 2

 

କମ୍ପାନି ବାଇକର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଥିରେ ୨୨୦ସିସି ଇଞ୍ଜିନ ଦିଆଯିବା ସହ, ୨୦.୯ଏଚପି ପାୱାର ଏବଂ ୧୮.୫ଏନଏମ୍ ଟ୍ରାକ ଜେନେରେଟ କରିଥାଏ। ବର୍ତ୍ତମାନର ବିନା ଏବିଏସ୍ ବାଇକର ଓଜନ ୧୫୫କିଲୋଗ୍ରାମ ରହିଥିବା ବେଳେ ଏବିଏସ ଥିବା ବାଇକର ଓଜନ ଏହାଠାରୁ କିଛି ମାତ୍ରାରେ ଅଧିକ ରହିବ।

ନୂଆ ପଲସର ୨୨୦ଏଫର ହାଇଲାଇଟ୍ସ ବିଷୟରେ କହିବାକୁ ଗଲେ ଏଥିରେ କ୍ଲିପ୍ ଅନ୍ ହେଡ଼ବ୍ଲିଡ଼ର, ସେମି- ଡ଼ିଜିଟଲ ଇଷ୍ଟୁମେଣ୍ଟ, ଡ଼ୁଏଲ ପ୍ରୋଜେକ୍ଟର ହେଡ଼ଲେପ୍, ଏଲଇଡ଼ି ଟେଲ ଲାଇଟ୍ ଆଦି ମିଳିବ। ନୂଆ ବଜାଜ୍ ପଲସର ୨୨୦ଏଫ୍ ଦିପାବଳୀରେ ଲଞ୍ଚ ହେବାକୁ ଯାଉଛି।

pulsar 3

ଆପଣଙ୍କୁ କହିବାକୁ ଯାଉଛି ଏବିଏସର ପ୍ରଥମ ଅଂଶ ସେନ୍ସର ହୋଇଥିବା ବେଳେ ଦ୍ବିତୀୟ ଅଂଶଟି ତାହାକୁ ନିୟନ୍ତ୍ରିତ କରାଯାଇଥିଲା। ଏହା ଆପଣଙ୍କ ବାଇକର ସ୍ପିଡ଼ ଏବଂ ଏକ୍ସିଲେଟରକୁ ନିୟନ୍ତ୍ରିତ ରଖିଥାଏ। ଏହା ଦ୍ବାରା ହଠାତ୍ ବ୍ରେକ୍ ମାରିବା ଦ୍ବାରା ଦୁର୍ଘଟଣା ହୋଇନଥାଏ।

Leave A Reply

Your email address will not be published.