ପୁରୀ: ପୁରୀରେ ବନ୍ୟା ପରିସ୍ଥିତି । ଶାସନ ଦାମୋଦରପୁର ପଞ୍ଚାୟତର ଉତ୍ତରକୋଣା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ଉତ୍ତରକୋଣା ଓ ସିରେଇକୋଣାରେ ଚାଷଜମି ଜଳମଗ୍ନ ହୋଇଛି ।
ଗାଁ ଚାରିପଟେ ବନ୍ୟା ପାଣି ଘେରି ରହିଥିବାରୁ ଗମନାଗମନ ପାଇଁ ଥିବା ଏକମାତ୍ର ରାସ୍ତା ବନ୍ୟାଜଳରେ ବୁଡି ରହିଛି । ଗାଁକୁ ବ୍ରିଜ୍ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି । ଭାର୍ଗବୀ ନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ ଏହାର ଶାଖାର ନଦୀ କଂଚି ନଦୀରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଚାଷଜମି ବୁଡିଯାଇଛି । ସ୍ଥାୟୀ ବ୍ରିଜ୍ ପାଇଁ ଗାଁଲୋକ ଦାବି କରିଛନ୍ତି।