ରିଲାଏନ୍ସ ଏବଂ ଆମାଜନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ଟାଟା ଗ୍ରୁପ, ଜଲଦି ଲଞ୍ଚ କରିବ ‘Super App ’

ଗତ କିଛିଦିନ ତଳେ ରିଲାଏନ୍ସ ଫେସବୁକ ଏବଂ ମାଇକ୍ରୋସଫ୍ଟ ସହିତ ଡିଲ୍‌ କରିଥିଲା। ତା’ ପରେ ଆମାଜନ ସହିତ ମଧ୍ୟ ଡିଲ୍‌ କରିବାକୁ ଯାଉଛି। ଏବେ ରିପୋର୍ଟ ମୁତାବକ, ସୁପର ଆପ୍ ମାର୍କେଟ ଯୁଦ୍ଧରେ ଟାଟା ଗ୍ରୁପ୍(Tata Group) ପାଦ ଥାପିବା ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ ଏହି ମାର୍କେଟରେ ରିଲାଏନ୍ସ ଜିଓ, ଆମାଜନ୍ ଓ ଫ୍ଲିପକାର୍ଟ ଭଳି କମ୍ପାନୀ ସଫଳତାର ସହ ଯାତ୍ରା ଜାରି ରଖିଛନ୍ତି ।

ଟାଟା ଗ୍ରୁପ୍ ଏକ ଅମ୍ନିଚ୍ୟାନେଲ ଡିଜିଟାଲ୍ ପ୍ଲାଟଫର୍ମ ଉପରେ କାମ କରୁଛି ଯେଉଁଥିରେ କମ୍ପାନୀ ନିଜ ଭିନ୍ନ ଭିନ୍ନ କଞ୍ଜ୍ୟୁମର ବିଜନେସକୁ ଗୋଟିଏ ଚ୍ୟାନେଲ ଜରିଆରେ ଆଣିବ । କମ୍ପାନୀ ଏବେ ନିଜ କଞ୍ଜ୍ୟୁମର ବେସ ବଢାଇ କୋଟି କୋଟି ଭାରତୀୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛି । ଏହି କଞ୍ଜ୍ୟୁମର୍ସ ଭିନ୍ନ ଭିନ୍ନ କାଟାଗୋରୀରେ ମଧ୍ୟ ହୋଇପାରନ୍ତି । ଏଥିପାଇଁ କମ୍ପାନୀ ଏବେ ଭାରତୀୟ ଗ୍ରାହକଙ୍କ ପାଇଁ ଭାରତରେ ହିଁ ପ୍ରସ୍ତୁତ ଏକ ୱର୍ଲ୍ଡ କ୍ଲାସ୍ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଚାହୁଁଛି । କହିରଖୁଛୁ ଟାଟା ଗ୍ରୁପ୍ ଏୟାରଲାଇନ୍ସ, ରିଟେଲ ଷ୍ଟୋର୍ସ, ହସ୍ପିଟାଲିଟି ଆଦି କାଟାଗୋରୀରେ କାମ କରୁଛି । ଟାଟା ଗ୍ରୁପ୍ ପାଖରେ ଟାଟା କ୍ଲିକ୍, ଷ୍ଟାରବକ୍ସ, ୱେବସାଇଡ୍, ଭିସ୍ତାରା, କ୍ରୋମା, ଷାଟ୍ ବଜାର ଆଦି ବ୍ରାଣ୍ଡ୍ସ ରହିଛି । ଏହା ବ୍ୟତୀତ କମ୍ପାନୀ ଏନେକ ପ୍ରକାର ସର୍ଭିସେଜ୍ ମଧ୍ୟ ଦେଉଛି । ସୂଚନା ଅନୁସାରେ କିଛି ସମୟ ପୂର୍ବରୁ କମ୍ପାନୀ ଟାଟା ଡିଜିଟାଲ୍ ନାମକ ଏକ ନୂଆ ୟୁନିଟ୍ ଗଠନ କରିଛି ।

tata 1

ସୁପରଆପରେ ସୋସିଆଲ ମିଡିଆ ଓ ଅନ୍ୟ କମ୍ୟୁନିକେସନ୍ ଚ୍ୟାନେଲରୁ ଟ୍ରାଫିକ୍ ଡ୍ରାଇଭ୍ କରିବାରେ ସାହାଯ୍ୟ ମିଳିବ । ସାମାନ୍ୟ ଭାଷାରେ କହିବାକୁ ଗଲେ ସୁପରଆପ୍ ଏମିତି ଏକ ଆପ୍ ଯେଉଁଥିରେ ଆପଣଙ୍କୁ ଅଲଗା ଅଲଗା କାମ ପାଇଁ ଅନେକ ପ୍ରକାର ଆପ୍ ରଖିବା ଆବଶ୍ୟକ ନାହିଁ । ଗୋଟିଏ ଆପରେ ଅନେକ ପ୍ରକାର କାମ କରିହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.