ଘରେ ପଶିଥିଲା ବିରାଟକାୟ ଅହିରାଜ, ଉଦ୍ଧାର କରିବା ବେଳେ ଏମିତି କଲା ନୟାନ୍ତ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା ଭୟ ଜାତ ହୁଏ। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଏକ ବିରାଟ ବଡ଼ କିଙ୍ଗ୍‌ କୋବ୍ରା ବା ଅହିରାଜକୁ ଧରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଥିବା ସାପକୁ ଦେଖିଲେ ଆପଣ ବି କ୍ଷଣେ ଚାହିଁ ରହିବେ।

ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ଆକାଶ କୁମାର ବର୍ମା ମଙ୍ଗଳବାର ନିଜ ଟ୍ଵିଟର ପେଜ୍‌ରେ ସେୟାର କରିଛନ୍ତି। ଟ୍ଵିଟ୍‌ କରି ସେ ଲେଖିଛନ୍ତି ବନ କର୍ମୀମାନେ ଏକ ବଡ଼ କିଙ୍ଗ୍‌ କୋବ୍ରାକୁ ଧରିବାରେ ସଫଳ ହୋଇଛନ୍ତି। ସେୟାର କରାଯାଇଥିବା ଭିଡିଓରେ ବନ କର୍ମଚାରୀମାନେ ଏକ ବିରାଟ ଅହିରାଜକୁ ଧରି ବସ୍ତାରେ ପୂରାଉଥିବା ଦେଖାଯାଇଛି। ମାତ୍ର ସାପଟି ପଶିବାକୁ ଚାହୁଁନି। ଏଣୁ ସେ ବାହାରି ଆସୁଛି। ଭିଡିଓଟି ଉତ୍ତରାଖଣ୍ଡର ବୋଲି ଜଣାଯାଇଛି।

ଆଇଏଫ୍‌ଏସ୍‌ ଅଫିସର ଆକାଶ ଟ୍ଵିଟରରେ ଆଉ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ସେଥିରେ ସେ କେତେକ ଫଟୋ ସେୟାର କରି ଲେଖିଛନ୍ତି ଆଉ ଏକ ସାପ ଧରାଯାଇଛି। ଡେରାଡୁନ୍‌ରୁ ସାପଟି ଧରାଯାଇଛି। ତେବେ ମୌସୁମୀ ବର୍ଷା ଯୋଗୁ ସାପମାନେ ଜଙ୍ଗଲରୁ ବାହାରକୁ ଆସୁଥିବା କହିଛନ୍ତି ଶ୍ରୀ ବର୍ମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.