ସାରା ବିଶ୍ୱରେ କରୋନା ମହାମାରୀ ଚାଲିଥିବା ବେଳେ ଇଣ୍ଡିଆନ ପ୍ରିମିୟମ ଲିଗ ବା ଆଇପିଏଲ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଖୁବ୍ ଜୋର ସୋରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । କିନ୍ତୁ ନିକଟରେ ସିଏସକେ ଟିମ୍ର ୧୨ ଜଣ ଖେଳାଳିଙ୍କ କରୋନା ଟେଷ୍ଟ ରିର୍ପୋଟ ପଜିଟିଭ ଆସିବା ଫଳରେ ଏନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ତେବେ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ସିଏସକେ ଓପନିଂ ମ୍ୟାଚ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅନୁମାନ ଲଗାଯାଉଛି ।
ତେବେ ପ୍ରତି ବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ତାହାର ପୂର୍ବ ବର୍ଷର ବିଜେତା ଓ ଉପବିଜେତାଙ୍କ ମଧ୍ୟରେ ହୋଇଥାଏ । ଅନ୍ୟପକ୍ଷରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ୧୩ତମ ସିଜିନର ସେଡ୍ୟୁଲ ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ ପ୍ରକାଶ କରିନାହିଁ । ତେବେ ପୂର୍ବରୁ ବିସିସିଆଇ ପ୍ରକାଶ କରିଥିବା ସେଡ୍ୟୁଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସିଏସକେ ମଧ୍ୟରେ ଟକ୍କର ହୋଇଥାନ୍ତା , କିନ୍ତୁ ବର୍ତ୍ତମାନ ସିଏସକେର ଏହିପରି ଅବସ୍ଥା ଦେଖି ବିସିସିଏ ନୂତନ ପ୍ଲାନ ପ୍ରସ୍ତୁତ କରୁଛି । ବିସିସିଆଇ ଧୋନୀଙ୍କ ଟିମ୍ ସିଏସକେକୁ ଅତିରିକ୍ତ ସମୟ ଦେବାକୁ ବିଚାର କରିଥିବାର ସୂଚନା ମିଳିଛି ।
ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ତମ ଆଇପିଏଲର ପ୍ରଥମ ମ୍ୟାଚ ନିହାତି ଭାବରେ ଖେଳିବେ କିନ୍ତୁ ତାଙ୍କ ମୁକାବିଲା କେଉଁ ଟିମ୍ ସହିତ ହେମ ତାହା ଆଇପିଏଲର ସେଡ୍ୟୁଲ ପ୍ରକାଶ ପାଇଲା ପରେ ହିଁ ଜଣା ପଡିବ । ତେବେ ସେଡ୍ୟୁଲ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବାରୁ ଚଳିତ ବର୍ଷର ଆଇପିଏଲ ରଦ୍ଦ ହୋଇଯିବାର ମଧ୍ୟ ଆଶଙ୍କା ରହିଛି । ବିସିସିଆଇର ଅଧକ୍ଷ ସୌରଭ ଗାଙ୍ଗୁଲି ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କିଛି ସୂଚନା ଦେଇ ନାହାନ୍ତି ଓ ସବୁକିଛି ଠିକ ହେବ ବୋଲି ଆଶ୍ୱାସନା ମଧ୍ୟ ଦେଇଛନ୍ତି ।