ଇଣ୍ଟରନେଟ୍‌ ରେ ଧମାଲ୍‌ ମଚାଇଲେ ମୌନୀ ରୟ, ଦେଖନ୍ତୁ ଭାଇରାଲ ଫଟୋ

ଇନଷ୍ଟାଗ୍ରାମରେ ନିଜର ଫ୍ୟାନ୍ସ ବ୍ୟାଇବା ପାଇଁ ପ୍ରତ୍ୟେକ ଅଭିନେତ୍ରୀଙ୍କୁ ଏହାର ମନ୍ତ୍ର ଜଣା। ଏସବୁ ମଧ୍ୟରେ ଅଭିନେତ୍ରୀ ମୌନୀ ରୟଙ୍କୁ ମଧ୍ୟ ନିଜର ଚାହିଦା ବଢାଇବାର ମନ୍ତ୍ର ଖୁବ୍‌ ଭଲଭାବେ ଜଣା। ଏପରି କହିବାର କାରଣ ହେଉଛି ମୌନୀ ଗତ ରବିବାର ଦିନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିକିନି ଫଟୋ ପୋଷ୍ଟ କରିଛନ୍ତି, ଯାହାର ଚାହିଦା ବଢିବାରେ ଲାଗିଛି। ୩୪ ବର୍ଷିୟ ମୌନୀ ଏହି ଫୋଟରେ ଏକ ପୁଲ୍‌ ଭିତରେ ଥିବାର ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରିବା ସହ ମୌନୀ ଲେଖିଛନ୍ତି, ‘‘ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ଛାଡନ୍ତୁ. . .।’’ ତାଙ୍କର ଏହି ପୋଷ୍ଟରେ ପ୍ରତିକ୍ରିୟା କରିବା ସହ ପ୍ରଶଂସକ ଲେଖିଛନ୍ତି, ‘‘ସୁନ୍ଦର ମତ୍ସ୍ୟାଙ୍ଗନା’’

mouni1ସୂଚନା ମୁତାବକ ଏହା ପ୍ରଥମ ଥର ନୁହେଁ ବରଂ ମୌନୀ ରୟ ନିଜର ଲୁକ୍‌ ଏବଂ ଅନ୍ଦାଜ୍‌ ଦ୍ୱାରା ଲୋକମାନଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ଏଥିସହ ଅଭିନେତ୍ରୀ ଅନ୍ୟ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ମୌନୀ ଜବରଦସ୍ତ ଅନ୍ଦାଜ୍‌ ରେ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି।

mouniroyସୂଚନା ଯୋଗ୍ୟ ମୌନୀ ରୟ ଅକ୍ଷୟ କୁମାରଙ୍କ ସହ ‘ଗୋଲ୍ଡ’ ଫିଲ୍ମ ଦ୍ୱାରା ବଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ୨୦୧୯ରେ ତାଙ୍କର ପ୍ରଥମ ‘ମେଡ ଇନ ଚାଇନା’ ଏବଂ ‘ରୋମିୟୋ ଅବକର ଓ୍ଵାଲ୍ଟର’ ରିଲିଜ୍‌ ହୋଇଥିଲା। ଏଥିସହ ମୌନୀ ‘ବ୍ରହ୍ମାସ୍ତ୍ର’ ଏବଂ ‘ଗୁଗଲ’ ରେ ମଧ୍ୟ ନଜର ଆସିବେ। ଏଥିସହ ମୌନୀ ରୟ ଲଣ୍ଡନ କନଫିଡେଣ୍ଟାଲ ମାଧ୍ୟମରେ OTT ଜରିଆରେ ମଧ୍ୟ ପ୍ରବେଶ କରିସାରିଛନ୍ତି। ଫିଲ୍ମ ଜଗତରେ ପାଦ ରଖିବା ପୂର୍ବରୁ ମୌନୀ ରୟ ଟେଲିଭିଜନ ଦୁନିଆରେ ମଧ୍ୟ ନିଜ ଅଭିନୟର ଯାଦୁରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ବିଶେଷରୂପେ ‘କ୍ୟୁକି ସାସ ଭି କଭି ବହୂ ଥି’ ଏବଂ ‘ନାଗିନ’ଜରିଆରେ ମୌନୀ ଦର୍ଶକଙ୍କ ମନ କିଣିବାରେ କୌଣସି ପ୍ରୟାସ ଛାଡି ନଥିଲେ।

Leave A Reply

Your email address will not be published.