ଫ୍ୟାମିଲି ପ୍ଲାନିଂ ବିଷୟରେ କ’ଣ ଭାବୁଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ନିଜ ମ୍ୟାରେଡ ଲାଇଫକୁ ନେଇ ଖୁବ ଏନଜୟ କରୁଛନ୍ତି। ଦୁହିଁଙ୍କର ଅନେକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ। ହେଲେ ଫ୍ୟାମିଲି ଆରମ୍ଭ କରିବାକୁ ନେଇ ଏହି ଦମ୍ପତିଙ୍କ ରାୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ।

ଫ୍ୟାମିଲି ପ୍ଲାନିଂକୁ ନେଇ ପ୍ରଶ୍ନ

ବିବାହ ପରେ ପ୍ରତ୍ୟେକ ଝିଅଙ୍କୁ ସନ୍ତାନ ହେବା ବିଷୟରେ ପଚାରାଯାଇଥାଏ। ସେହିପରି ପ୍ରିୟଙ୍କାଙ୍କୁ ମଧ୍ୟ ବିବାହ ପରେ ଏଭଳି ପ୍ରଶ୍ନ ପଚରାଯାଉଛି। ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ନେଇ ଅନେକ ଖବର ଆସିସାରିଛି। କିନ୍ତୁ ପ୍ରିୟଙ୍କା ତାଙ୍କର ଓ ନିକଙ୍କ ଭିତରେ ସବୁକିଛି ଠିକ ଚାଲିଥିବା ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି କି, ଏହି ଦୁଇଜଣ ଫ୍ୟାମିଲି ପ୍ଲାନିଂ ବିଷୟରେ କ’ଣ ଭାବୁଛନ୍ତି।

hh

କ’ଣ ଭାବୁଛନ୍ତି ପ୍ରିୟଙ୍କା

ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କାଙ୍କୁ ବେବି ପ୍ଲାନିଂ ବିଷୟରେ ପଚରାଯାଇଥିଲା। ପ୍ରିୟଙ୍କା କହିଥିଲେ, ‘ଏବେ ସେ ସତରେ ଏଥିପାଇଁ ଅପେକ୍ଷା କରିପାରିବେ ନାହିଁ। ଯେତେବେଳେ ଭଗବାନ ଆମକୁ ଏହି ଖୁସି ଦେବେ, ସତରେ ଆମ ଭାଗ୍ୟ ବଦଳିଯିବ। ଆମେ ଦୁଇଜଣ ହିଁ ସନ୍ତାନ ଚାହୁଁଛୁ’। ପ୍ରିୟଙ୍କା ମା’ ହେବାକୁ ନେଇ ବହୁତ ଏକ୍ସାଇଟେଡ ଅଛନ୍ତି। ଏହାପୂର୍ବରୁ ପ୍ରିୟଙ୍କା କହିସାରିଛନ୍ତି କି, ସନ୍ତାନ ଏବଂ ଲସ ଏଞ୍ଜେଲସରେ ନିଜର ଏକ ଘର, ସେମାନଙ୍କ ପ୍ରାୟୋରିଟିରେ ସବୁଠାରୁ ଉପରେ ଅଛି।

ib

ନିକଙ୍କ ଉତ୍ତର

ନିକ ବି ବାପା ହେବା ପାଇଁ ଇଛୁକ ଥିବା କହିଥିଲେ। ତାଙ୍କର ବି ଫ୍ୟାମିଲି କରିବାର ସ୍ବପ୍ନ ରହିଛି। ସେ କହିଥିଲେ, ସେ ନିଜ ଜୀବନରେ ବହୁତ କିଛି ଦେଖିଛନ୍ତି, ଯାହାକୁ ସେ ନିଜ ପିଲା ସହିତ ସେୟାର କରିବାକୁ ଚାହୁଁଛନ୍ତି। ପ୍ରିୟଙ୍କା କହିଥିଲେ, ସେ ଓ ନିକ ଦୁଇଜଣ ଯାକ ହିଁ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି। ଭଗବାନ ନିଜ ଇଚ୍ଛାରେ ଆମକୁ ଏହି ଖୁସି ଦେବେ। ଆମକୁ ସନ୍ତାନ ଦରକାର ଏବଂ ଠିକ ସମୟ ଆସିଲେ ହିଁ ଏହା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.