ଯାହା ବି ସମସ୍ୟା ହେଉ ତୁରନ୍ତ ଦୂର କରିବ ଏହି ୪ ଟି ଉପାୟ, ଜାଣନ୍ତୁ କ’ଣ?

ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ, ଯେପରି ସ୍ୱାସ୍ଥ୍ୟ ଜନିତ ସମସ୍ୟା, ଅଶାନ୍ତି ଦେଖାଯିବ, ଆର୍ଥିକ ସମସ୍ୟା, ବ୍ୟବସାୟରେ ସମସ୍ୟା ଦେଖାଯିବା କିମ୍ବା କୌଣସି କାର୍ଯ୍ୟରେ ସମସ୍ୟା ଦେଖାଯିବା ଆଦି। ତେବେ ଆପଣ ଏହିସବୁ ସମସ୍ୟା ସମାପ୍ତ କରିବାକୁ ଚାହୁଁଥିଲେ କିମ୍ବା ଏହାଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ, ଯାହା ଆପଣଙ୍କ ପ୍ରତ୍ୟେକ ସମସ୍ୟାକୁ ଦୂର କରିବାରେ ଲାଭକାରୀ ହୋଇଥାଏ।

ଜାଣନ୍ତୁ କ’ଣ ରହିଛି ଉପାୟ:

house vastuଯଦି ଆପଣଙ୍କ ବ୍ୟବସାୟ ଠିକ୍‌ ଚାଲିନଥାଏ କିମ୍ବା ଆପଣଙ୍କୁ ଲାଗିଛୁ କି ବ୍ୟବସାୟରେ କାହାର ନଜର ଲାଗିଯାଇଛି ତେବେ ଏହି ଉପାୟ ଆପଣଙ୍କ ପାଇଁ ଲାଭକାରୀ ହେବ। ଏଥିପାଇଁ ଆପଣ ଅମାବାସ୍ୟା କିମ୍ବା ଶନିବାର ଦିନ ସକାଳେ ଗୋଟିଏ ଲେମ୍ବୁ ନିଅନ୍ତୁ ଏବଂ ତାକୁ ୪ ଖଣ୍ଡ କରନ୍ତୁ। ଏହାପରେ ଅଳ୍ପ ସୋରିଷ, ୨୧ ଟି ଗୋଲମରିଚ ଏବଂ ୭ଟି ଲବଙ୍ଗ ନେଇ ବ୍ୟବସାୟ କରୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହାପରେ ସନ୍ଧ୍ୟା ସମୟରେ ଏହିସବୁ ଜିନିଷକୁ ଏକ କଳା ରଙ୍ଗର କପଡାରେ ବାନ୍ଧି କୌଣସି ଶୁଖିଲା କୂଅରେ ପକାଇଦିଅନ୍ତୁ। ପ୍ରତ୍ୟେକ ମାସରେ ଏହି ଉପାୟ କରିବା ଦ୍ୱାରା ଲାଗିଥିବା ଖରାପ ନଜର ଦୂର ହେବା ସହ ସଠିକ ବେପାର ହୋଇଥାଏ।

ସେହିଭଳି ଯଦି ଆପଣଙ୍କ କୌଣସି ମନୋସ୍କାମନା ପୂରଣ ହେଉନାହିଁ ତେବେ ୭ଟି ହଳଦୀ ଖଣ୍ଡ, ୭ ଖଣ୍ଡ ଗୁଡ, ଗୋଟିଏ ଟଙ୍କିକିଆ କଏନ୍‌ ନିଅନ୍ତୁ। ଏହି ତିନଟି ଜିନିଷକୁ ଗୁରୁବାର ଦିନ ଏକ ହଳଦିଆ ରଙ୍ଗର କପଡାରେ ବାନ୍ଧି ରେଳ ଧାରଣାରେ ଫିଙ୍ଗି ଦିଅନ୍ତୁ। ଯେତେବେଳେ ଆପଣ ଏହାକୁ ଫିଙ୍ଗୁଛନ୍ତି ସେତେବେଳେ ଆପଣଙ୍କ ମନୋସ୍କାମନା ପୂରଣ ହୋଇପାରୁନଥିବା କଥା କୁହନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୂରଣ ହୋଇଥାଏ।

Vastu-Shastraକୌଣସି ଜରୁରୀ କାମରେ ଘରୁ ବାହାରିବା ସମୟରେ ବିପରୀତ ଦିଗରେ ୪ ପାଦ ଯାଆନ୍ତୁ। ଏହାପରେ ଜରୁରୀ କାର୍ଯ୍ୟରେ ବାହାରନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚିନ୍ତ ଆପଣଙ୍କ କାମ ହୋଇଯିବ।

ଏଥିସହ ପରିବାରରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ଚାହୁଁଥିଲେ ପ୍ରତିଦିନ କରୁଥିବା ପ୍ରଥମ ରୁଟିକୁ ସମାନ ୪ଭାଗ କରନ୍ତୁ। ଏହାପରେ ଏହି ୪ଭାଗ ରୁଟିକୁ କ୍ରମଶଃ ଗାଈ, କଳା କୁକୁର, କାଉ ଏବଂ ପିଣ୍ଡାରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଲାଗି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.